କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

0

ଭୁବନେଶ୍ବର : ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କାରଣରେ ସେ ଯାହା କହିଛନ୍ତି ତାହା ହେଲା ସଂଗଠନ କାମରେ ସମୟ ଦେଇପାରୁ ନ ଥିବାରୁ ଇସ୍ତଫା ଦେଲି। ତେବେ ତାଙ୍କ ଇସ୍ତଫା ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଜାରୀ ରହିଛି।

ଦକ୍ଷିଣ ଓଡିଶାର ରାଜନୀତିରେ ଜୟରାମ ପାଙ୍ଗୀ ହେଉଛନ୍ତି ଜଣେ ଟାଣୁଆ ନେତା। ସେ ଚାରିଥର ବିଧାୟକ ଏବ ଥରେ ସାଂସଦ ହୋଇଛନ୍ତି। ସେ ସେ ଗତ ୧୯୭୭ରେ ଜନତା ପାର୍ଟି ଟିକେଟ୍‌ରେ ପଟ୍ଟାଙ୍ଗୀ ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୦ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ସେହିପରି ଗତ ୨୦୦୦ ଏବଂ ୨୦୦୪ରେ ଜୟରାମ ବିଜେଡି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୨୦୦୯ ମସିହାରେ ସେ ବିଜେଡି ଟିକେଟରୁ କୋରାପୁଟ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ବିଜେଡି ତାଙ୍କୁ ଟିକେଟ ନ ଦେଇ ଝିନ୍ନ ହିକ୍କାକାଙ୍କୁ ଟିକେଟ ଦେଇଥିଲା। ସେ 2017 ମସିହାରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ଏହାପରେ ସେ 2019 ଲୋକସଭାରେ ପ୍ରତିଦ୍ବନ୍ଦିତା କରିଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକାଙ୍କଠାରୁ ହାରିଯାଇଥିଲେ।

ଏହାପରେ ସେ ବିଜେପି ଛାଡି ବିଆରଏସ ପରେ 2023 ମସିହାରେ କଂଗ୍ରେସରେ ଯୋଗଦେଇଥିଲେ। ହେଲେ କଂଗ୍ରେସରେ ସେ ଯେପରି ସକ୍ରିୟ ହେବା କଥା ତାହା ହୋଇପାରି ନ ଥିଲେ। ଫଳରେ ସେ ସେହି ଦଳରୁ ଆଜି ଇସ୍ତଫା ଦେଇଛନ୍ତି। ଏହାପରେ ସେ କଣ କରିବେ ତାହା ସ୍ପଷ୍ଟ ହୋଇ ନାହିଁ।

Leave A Reply

Your email address will not be published.