ଦଶମ ପ୍ରଥମ ବୋର୍ଡ ବାଧ୍ୟତାମୂଳକ- ସିବିଏସଇ

ନିଉ ଦିଲ୍ଲୀ : ସିବିଏସଇ ଦଶମ ଦୁଇଟି ବୋର୍ଡ ପରୀକ୍ଷା ନେଇ ସ୍ପଷ୍ଟୀକରଣ ରଖିଛି । ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ବୋର୍ଡ ପରୀକ୍ଷା ଦେବା ବାଧ୍ୟତାମୂଳକ ବୋଲି କହିଛି ସିବିଏସଇ । ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି ଦିଆଯିବ । ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ବିତୀୟ ବୋର୍ଡ ଦେଇପାରିବେ ଛାତ୍ରଛାତ୍ରୀ । ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଲାଙ୍ଗୁଏଜ୍‌ ପେପର ଭିତରୁ ୩ଟି ଦେଇପାରିବେ ।

ପ୍ରଥମ ବୋର୍ଡରେ ୩ଟି ବା ତଦୁର୍ଦ୍ଧ ପେପର ଦେଇ ନଥିଲେ ମିଳିବନି ଦ୍ୱିତୀୟ ପରୀକ୍ଷା ପାଇଁ ଅନୁମତି । ପ୍ରଥମ ବୋର୍ଡ ପରୀକ୍ଷା ନଦେଲେ ‘ଏସେନସିଆଲ ରିପିଟ’ ବର୍ଗରେ ରହିବେ । ‘ଏସେନସିଆଲ ରିପିଟ’ ବର୍ଗରେ ରହିଲେ ପରବର୍ଷ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

Comments are closed.