ପୁରୀ : ମହାଶିବରାତ୍ରିର ପବିତ୍ର ଅବସରରେ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ବେଳାଭୂମିରେ ଭଗବାନ ଶିବଙ୍କୁ ସମର୍ପିତ ଏକ ଚମତ୍କାର ବାଲୁକା ଶିବଲିଙ୍ଗ ସୃଷ୍ଟି କରିଛନ୍ତି। ଏଥିରେ ସେ ୧୭,୦୦୦ ରୁଦ୍ରାକ୍ଷ ଏବଂ ୫୦୦ କ୍ଷୁଦ୍ର ଶିବ ଲିଙ୍ଗରେ ନିର୍ମାଣ କରିଛନ୍ତି। ଏହା ପୁରୀ ବେଳାଭୂମି ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିବାରେ ଲାଗିଛି।
ଏହି କଳାକୃତିରେ ସୁଦର୍ଶନ “ହର ହର ମହାଦେବ” ବୋଲି ଇଂରାଜୀରେ ଉଲ୍ଲେଖ କରିଛନ୍ତି। ଏଥିସହିତ ସେ ସେହିପରି ଇଂରାଜୀରେ ହାପି ଶିବରାତ୍ରି ବୋଲି ଲେଖଛନ୍ତି। ମହାଶିବରାତ୍ରି ଅବସରରେ ସୁଦର୍ଶନଙ୍କ ଏହି କଳା କୃତି ଭକ୍ତି ଏବଂ କଳାର ଏକ ଅପୂର୍ବ ସମନ୍ବୟ ସୃଷ୍ଟି ହୋଇଛି।
Comments are closed.