ମହେନ୍ଦ୍ରଗଡ଼ରେ 80ତମ ସ୍ୱାଧୀନତା ଦିବସ ପାଳନ ।

0

ଆର, ଉଦୟଗିରି ତା 15.08.24 ରିଖ(ମନୋଜ ପାଢ଼ୀ)-: ଶନିବାର ଦିନ ମହେନ୍ଦ୍ରଗଡ଼ ସ୍ଥିତ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ 80ତମ ସ୍ୱାଧୀନତା ଦିବସ ପାଳିତ ହୋଉଯାଇଛି ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ପତାକା ଉତ୍ତୋଳନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗମାଙ୍ଗ ସମିତିସଭ୍ୟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗମାଙ୍ଗ ଶ୍ରୀ କୃପାସିନ୍ଧୁ ଗମାଙ୍ଗ ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁଙ୍କ ସହ ସମସ୍ତ କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ |

ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗମାଙ୍ଗ ପତାକା ଉତ୍ତୋଳନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ୱାର୍ଡମେମ୍ବର ଓ ପିଇଓ ଶ୍ରୀ ସୁରେନ୍ଦ୍ର ମଣ୍ଡଳ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀବୃନ୍ଦ ଓ ଗ୍ରାମବାସୀବୃନ୍ଦ ଉପସ୍ଥିତ ଥିଲେ | ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ସିଲଡ଼ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗ୍ରାମ ପରିକ୍ରମା ହୋଇଥିଲା | ତ୍ରିରଙ୍ଗା ଯୁବକ ସଂଘ ଦ୍ୱାରା ମଧ୍ୟ ପତାକା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

Leave A Reply

Your email address will not be published.