ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଇପିଏଫ୍ ଜମା ଉପରେ ୮.୨୫% ସୁଧ ହାର ପ୍ରଦାନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ଇପିଏଫ୍ଓ ଏହି ସୁଧ ହାର ପ୍ରଦାନ ନିମନ୍ତେ ବିଜ୍ଞପ୍ତି ଜାରି କରିଛି। ଇପିଏଫଓର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ‘ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍’ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ଏହି ସୁଧ ହାରକୁ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଅନୁମୋଦନ ଦେଇସାରିଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପେର ଇପିଏଫଓର ସମସ୍ତ ଆଞ୍ଚଳିକ ଓ ଜୋନାଲ୍ କାର୍ଯ୍ୟାଳୟଗୁଡ଼ିକୁ ନିଜ ନିଜ ଅଧୀନରେ ଥିବା ସମସ୍ତ ସଦସ୍ୟଙ୍କ ଇପିଏଫ୍ ଆକାଉଣ୍ଟରେ ଏହି ମଞ୍ଜୁରୀପ୍ରାପ୍ତ ସୁଧ ଟଙ୍କା ଜମା କରିବା ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବେ। ଚଳିତ ଆର୍ଥିକ ବର୍ଷକୁ ମିଶାଇ ଇପିଏଫଓ କ୍ରମାଗତ ତୃତୀୟ ବର୍ଷ ପାଇଁ ନିଜର ସୁଧ ହାରକୁ ୮.୨୫% ରେ ସ୍ଥିର ରଖିଛି।
Sign in
Sign in
Recover your password.
A password will be e-mailed to you.
Comments are closed.