ଫୁଲବାଣୀ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କାର୍ଯ୍ୟାଳୟ ସଭା ଗୃହଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। କ.ନୂଆଗାଁ ବ୍ଲକରେ ଥିବା ୧୪ଟି ପଞ୍ଚାୟତରେ ଥିବା ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଥିଲେ। ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ରାସ୍ତା, ପାନୀୟ ଜଳ ଯୋଗାଣ, ଜମି ଜମା ବିବାଦ ଭଳି ୭୩ଟି ଅଭିଯୋଗ ପଞ୍ଜିକୃତ ହୋଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ବାଲିଗୁଡ଼ା ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା, କ ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନମନ୍ମ ନାଥ ମଲିକ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସିପି ରାକେଶ କୁମାର ସାହୁ, ଯନ୍ତ୍ରୀ ପ୍ରକାଶ କୁମାର ସେଠି, ଶୁଭମ ମହାପାତ୍ର, କିରାଣି ଲବ କୁମାର ନାୟକ, ପିଓ କେଶବ ଚନ୍ଦ୍ର କାମ୍ପୋ, ଅନିଲ କୁମାର ପଟ୍ଟନାୟକ, ସିଡିପିଓ ଦ୍ରପତ୍ତି କହଁର ମୂର୍ତ୍ତିକା ସଂରକ୍ଷଣ ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.