ଚକାପାଦ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ପରିସରରେ ସ୍ପ୍ରେଡ଼ ହାପିନେସ୍ ଫାଉଣ୍ଡେସନ ତରଫରୁ ସ୍ବାସ୍ଥ୍ୟ ସେବା ଶିବିର

 

କନ୍ଧମାଳ :  ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଆଶ୍ରମ ତଥା ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ପରିସରରେ ସ୍ପ୍ରେଡ଼ ହାପିନେସ୍ ଫାଉଣ୍ଡେସନ୍ ପୁଣେ,ମହାରାଷ୍ଟ୍ର ପକ୍ଷରୁ ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ତା ୧୭୵୧୨୵୨୦୨୩ ରବିବାର ଦିନ ଅନୁଷ୍ଠିତ କରାଯାଇଥିଲା l ଏହି ସ୍ୱାସ୍ଥ୍ୟ ସେବା ଶିବିରକୁ ସ୍ପ୍ରେଡ଼ ହାପିନେସ୍ ଫାଉଣ୍ଡେସନର ମୁଖ୍ୟ ପ୍ରତିଷ୍ଠାତା ଶ୍ରୀ ସୌମ୍ୟରଞ୍ଜନ ମହାପାତ୍ର ଉଦଘାଟନ କରିଥିଲେ l ଉଦଘାଟନ ଉତ୍ସବରେ ଶ୍ରୀମତୀ ଜିଲ୍ଲା ପରିଷଦା, ଆଶ୍ରମର ମୁଖ୍ୟ ସ୍ଵାମୀ କ୍ରିଷ୍ଣାନନ୍ଦ ଜି ଏବଂ ସମାଜସେବୀ ଶୁଭକାନ୍ତ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ l ଶିବିରରେ ବିଶେଷତଃ ମହିଳା ମାନଙ୍କର ସ୍ତ୍ରୀଓପ୍ରସୂତୀ,ରୁତୁସ୍ରାବ ର କି କି ଲକ୍ଷଣ ଦେଖାଯାଏ ତଥା ଏହାର ଭଲ ଓ ମନ୍ଦ ବ୍ୟବହାରର ସମ୍ପୂର୍ଣ୍ଣ ସଦୁପୋଯୋଗ ବିଷୟରେ ସଚେତନତା କରାଗଲା l ଏହା ସହିତ ବିଭିନ୍ନ କ୍ୟାନସର ରୋଗର ଲକ୍ଷ୍ମଣ ତଥା ସ୍ତନ କ୍ୟାନସର,ଚର୍ମ କ୍ୟାନସର,କିଡ଼ନୀ କ୍ୟାନସର,ଯକୃତ କ୍ୟାନସର, ଭଲି ମାରାତ୍ମକ ରୋଗର ନିରାକରଣ ପାଇଁ ସଚେତନତା କରାଗଲା l ଏହି ଶିବିରରେ ଚକାପାଦ ଅଞ୍ଚଳର ୧୦୦ ରୁ ଉର୍ଦ୍ଧ୍ବ ଆସିବାସୀ ମହିଳା ସମେତ କଲେଜ ଓ ସ୍କୁଲ ଛାତ୍ରୀ ଯୋଗଦେଇଥିଲେ l ମହିଳା ଓ କଲେଜ ଛାତ୍ରୀଙ୍କ ସୁବିଧା ପାଇଁ ଏହି ଫାଉଣ୍ଡେସନ ପକ୍ଷରୁ ପୋଷାକ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା l କାର୍ଯ୍ୟକ୍ରମର ଶେଷରେ ଉପସ୍ଥିତ ମହିଳା ଓ କଲେଜ ଛାତ୍ରୀ ମାନେ ନିଜ ନିଜ ର ସ୍ୱାସ୍ଥ୍ୟ ଜନୀତ ସମସ୍ୟା ର ପ୍ରଶ୍ନ ଶ୍ରୀଯୁକ୍ତ ମହାପାତ୍ର ଓ ଶୁଭକାନ୍ତ ଆଗରେ ରଖି ସମାଧାନ ର ଉପାୟ ପାଇଥିଲେ । ମହିଳା ମାନେ ଯେପରି ଅସୁବିଧା ର ସମ୍ମୁଖୀନ ନହେବେ ସେଥିପ୍ରତି ଫାଉଣ୍ଡେସନର ମୁଖ୍ୟ ଶ୍ରୀ ମହାପାତ୍ର, କଲେଜ ଛାତ୍ରୀ ଓ ମହିଳା ଙ୍କ ପାଇଁ ସବୁପ୍ରକାରର ସହାୟତା ର ହାତ ବଢାଇଛନ୍ତି ଏବଂ ବିଭିନ୍ନ ସାହାର୍ଯ୍ୟ ଓ ସହାୟତା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି l

Comments are closed.