୫ ମିନିଟ୍‌ ପର୍ଯ୍ୟନ୍ତ ଏକଲୟରେ ମୋ ବ୍ୟକ୍ତିଗତ ଅଙ୍ଗକୁ ଚାହିଁ ରହିଥିଲେ ସାଜିଦ: ଅଶାଳୀନ ବ୍ୟବହାର ଅଭିଯୋଗ ଆଣିଲେ ମଡେଲ୍

ମୁମ୍ବାଇ: ବିଗ୍‌ବସ୍‌-୧୪ରେ ପ୍ରବେଶ କରିବା ପରେ ସିନେ ନିର୍ମାତା ସାଜିଦ୍‌ ଖାନ୍‌ ଚର୍ଚ୍ଚାରେ ରହିଛନ୍ତି। ସାଜିଦ୍‌ ଖାନ୍‌ଙ୍କ ଉପରେ ପୂର୍ବରୁ ଅନେକ ଯୁବତୀ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଅନେକ ଯୁବତୀ ତାଙ୍କ ବିରୋଧରେ କାଷ୍ଟିଂ କାଉଚର ଅଭିଯୋଗ ବି କରିଛନ୍ତି। ପୁଣି ଥରେ ସାଜିଦଙ୍କ ବିରୋଧରେ ଜଣେ ଯୁବତୀ ଏକ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି।

ଜାତୀୟ ଗଣମାଧ୍ୟମ ଦୈନିକ ଜାଗରଣରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଅଭିନେତ୍ରୀ ତଥା ମଡେଲ୍‌ ଶିଲା ପ୍ରିୟା ସେଠ୍‌ ଅଭିଯୋଗ ଆଣି କହିଛନ୍ତି ଯେ ୧୪ ବର୍ଷ ତଳେ ସେ ସାଜିଦଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକ‌ାର ହୋଇଥିଲେ।  ୨୦୦୮ ମସିହାରେ ପ୍ରଥମ କରି ସାଜିଦ୍‌ ଖାନ୍‌ଙ୍କୁ ଭେଟିଥିଲେ ସେ । ସେ ସମୟରେ ସାଜିଦ୍‌ ତାଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିଲେ। ମଡେଲ୍‌ ଜଣକ କହିଛନ୍ତି ଯେ ‘ପ୍ରଥମେ ମୁଁ ତାଙ୍କୁ ତାଙ୍କର ଅପ୍‌କମିଂ ପ୍ରୋଜେକ୍ଟରେ ମୋତେ କ‌ାମ ଦେବାକୁ ଅନୁରୋଧ କରିିଥିଲି। ମାତ୍ର ତାଙ୍କର ଅଶାଳୀନ ଆଚରଣ ପାଇଁ ପରେ ତାଙ୍କ ସହ କାମ କରିବା ନିଷ୍ପତ୍ତି ବଦଳାଇ ଦେଲି। ମୋ ସହ ପ୍ରଥମ ସାକ୍ଷାତ ସମୟରେ ସେ ୫ ମିନିଟ୍‌ ପର୍ଯ୍ୟନ୍ତ ମୋ ବ୍ୟକ୍ତିଗତ ଅଙ୍ଗକୁ ଏକଲୟରେ ଦେଖୁଥିଲେ। ସେ ମୋତେ କହିଥିଲେ ଯେ ମୋତେ ଅସ୍ତ୍ରୋପଚାର କରିବାକୁ ପଡ଼ିବ, କାରଣ ବଲିଉଡ୍‌ରେ କାମ କରିବାକୁ ତୁମ ଅଙ୍ଗର ଆକାର ଉପଯୁକ୍ତ ନୁହେଁ। ସେ ବକ୍ଷୋଜର ଆକୃତି ଆକର୍ଷଣୀୟ କରିବାକୁ ପରାମର୍ଶ ବି ଦେଇଥିଲେ।’

୨୦୧୯ରେ ସାଜିଦଙ୍କ ଉପ‌ରେ ୧୦ରୁ ଅଧିକ ମହିଳା ଯୌନ ଅସଦାଚରଣର ଅଭିଯୋଗ ଆଣିଥିବା ବେଳେ ଏବେ ସେ ରୀତିମତ ଭ‌ାବେ ଏକ ଚର୍ଚ୍ଚା ପାଲଟିଛନ୍ତି।

Comments are closed.