ଟେକିଲି ନିକଟରେ ଟ୍ରେନ୍ ଧକ୍କାରେ ୪ ମୃତ, ଜଣେ ଗୁରୁତର ।

0

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଟେକିଲି ମଣ୍ଡଳର ରାଇବାଲସା ନିକଟରେ ବୁଧବାର ଦିନ ରାଜ୍ୟରାଣୀ ଏକ୍ସପ୍ରେସ୍‌ ଧକ୍କାରେ ୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।ପ୍ରାଥମିକ ସୂଚନା ଅନୁଯାୟୀ, ରାଇବାଲସା ନିକଟ ବର୍ମା କଲୋନୀ ଅଞ୍ଚଳର ୫ ଜଣ ଯୁବକ ରେଳ ଧାରଣା ପାର ହେଉଥିବା ସମୟରେ ରାଉରକେଲାରୁ ଗୁଣୁପୁର ଅଭିମୁଖେ ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସ୍‌ ସେମାନଙ୍କୁ ଧକ୍କା ଦେଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବିଶାଖ ରାଓ, ଦିଲୀପ କୁମାର,ଶିବା ,ଶରତ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସଲମନ ରାଜୁ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି। ସମସ୍ତେ ସ୍ଥାନୀୟ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି।ସୂଚନା ପାଇ ପୁଲିସ ଓ ରେଳବାଇ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ। ଦୁର୍ଘଟଣାର ସଠିକ୍ କାରଣ ନେଇ ତଦନ୍ତ ଜାରି ରହିଥିବା ଜଣାପଡିଛି।

Leave A Reply

Your email address will not be published.