ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରୋଡ ଜୋଙ୍କ ଥାନା ପକ୍ଷରୁ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି। ବିପୁଳ ଟଙ୍କା ସହ ୨୨ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୁଲିସ।
ସୂଚନା ଅନୁଯାୟୀ ଜୋଙ୍କ ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ସଲିହା ପଞ୍ଚାୟତ ଝାଲବହାଲ ଜଙ୍ଗଲ ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେଠାରେ ପ୍ରାୟ୨୫ରୁ ଉର୍ଦ୍ଧ ଜୁଆଡ଼ି ଉପସ୍ଥିତ ଥିଲେ। ପୁଲିସକୁ ଦେଖି କିଛି ଜୁଆଡ଼ି ଛତ୍ର ଭଙ୍ଗ ଦେଇଥିଲେ। ତଥାପି ପୁଲିସ ପ୍ରାୟ ୨୨ ଜଣ ଜୁଆଡିଙ୍କୁ କାବୁ କରିଥିଲେ। ସେମାନଙ୍କ ଠାରୁ ପ୍ରାୟ ୩.୫୬ଲକ୍ଷ ଟଙ୍କା ୨୦ଟି ମୋବାଇଲ ଜବତ କରାଯାଇଛି।
ବୁଧବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଗିରଫ ୨୨ଜଣଙ୍କ ମଧ୍ୟରୁ ୧୩ଜଣ ନୂଆପଡ଼ା ଓ ୩ଜଣ ବଲାଙ୍ଗୀର ଜିଲ୍ଲାର ଏବଂ ବାକି ୬ଜଣ ପଡ଼ୋଶୀ ଛତିଶଗଡର ବୋଲି ଜଣା ପଡ଼ିଛି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ୍ କୁମାର ନାୟକ ଏସଡ଼ିପିଓ ସ୍ୱାଧୀନ ମିଶ୍ର ଜୋଙ୍କ ଥାନାଧିକାରୀ ପ୍ରଦୀପ କୁମାର ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.