୧୭ରେ ହାଇଦ୍ରାବାଦରେ ‘ଇନଭେଷ୍ଟର୍ସ ମିଟ୍’: ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର : ଦୁବାଇ, ଦିଲ୍ଲୀ ଓ ବେଙ୍ଗାଲୁର ପରେ ଏବେ ହାଇଦ୍ରାବାଦରେ ଆସନ୍ତା ୧୭ ତାରିଖରେ ‘ଇନ୍ଭେଷ୍ଟର୍ସ ମିଟ୍’ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରିବା ସହିତ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସେମାନଙ୍କୁ ଆହ୍ୱାନ ଜଣାଇବେ । ମୁମ୍ବାଇ ଏବଂ ବେଙ୍ଗାଲୁରରେ ସଫଳତା ମିଳିବା ପରେ ହାଇଦ୍ରାବାଦରେ ସଫଳତା ମିଳିବା ନେଇ ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀରେ ପୁଞ୍ଜିପତିମାନଙ୍କୁ ଉଦବୋଧନ ଦେବା ସହ ଶିଳ୍ପପତିମାନଙ୍କ ସହ ୱାନ-ଟୁୱାନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏଥିସହ ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’ରେ ଯୋଗ ଦେବା ପାଇଁ ନିବେଶକମାନଙ୍କୁ ଆମନ୍ତ୍ରଣ ଜଣାଇବେ । ପୂର୍ବରୁ ହୋଇଥିବା ସମ୍ମିଳନୀଗୁଡ଼ିକରେ ପୁଞ୍ଜିପତିମାନେ ଓଡ଼ିଶାରେ ନିବେଶ ପାଇଁ ସମ୍ମତି ପ୍ରଦାନ କରିଥିବାବେଳେ ଏବେ ହାଇଦ୍ରାବାଦରେ ହେଉଥିବା ସମ୍ମିଳନୀରେ ଯୋଗ ଦେଉଥିବା ପୁଞ୍ଜିପତିମାନେ ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବେ ବୋଲି ଆଶା କରାଯାଉଛି ।

Comments are closed.