ଜନ୍ମଦିନ ଶୁଭେଚ୍ଛା ଲୋକପ୍ରିୟ ଜନନେତା ଶ୍ରୀ ନବୀନ ପଟ୍ଟନାୟକ

0

ଜନ୍ମଦିନ ଶୁଭେଚ୍ଛା
ଲୋକପ୍ରିୟ ଜନନେତା
ଶ୍ରୀ ନବୀନ ପଟ୍ଟନାୟକ
============
ବିଜୁ ଚାଚା ଆମ କଳିଙ୍ଗ ଶଣ୍ଢ l
ବଡ଼ ଦୁଃସାହସୀ ବଡ଼ ଦୁର୍ଦ୍ଧଣ୍ଡ ll
ସୁପୁତ୍ର ତାଙ୍କର ଭାଇ ନବୀନ l
ଓଡିଶାରେ ଥିଲେ ଗାଦିନସୀନ ll
ଧନ୍ୟ ଧନ୍ୟ ତାଙ୍କ ଶାସନ ନୀତି l
ଓଡ଼ିଶା କରିଲା କେତେ ପ୍ରଗତି ll
ନିର୍ମଳ ତାଙ୍କର ଭାବ ମୂରତୀ l
ସରଳ ଜୀବନ ସୁସ୍ପଷ୍ଟ ନୀତି ll
କବି ଲେଖକରୁ ରାଜନୀତିଜ୍ଞ l
ନିତି ନିଷ୍ଠ ଭାଇ ଅତୀବ ପ୍ରାଜ୍ଞ ll
ଓଡିଆ ଅସ୍ମିତା ପୃଥିବୀ ଦାଣ୍ଡେ l
ପହଞ୍ଚାଇ ଥିଲେ ଶାସନ ଦଣ୍ଡେ ll
ଖ୍ୟାତ ତୁମର ଶ୍ରେଷ୍ଠ ପ୍ରଶାସନ l
ଉତ୍କଳର ଖାରବେଳ ରାଜନ ll
ବାତ୍ୟାବନ୍ୟା ସାଥି ଓଡିଶାରାଜ୍ୟ l
ତୁମେ ଦେଖାଇଲ ଆଶ୍ଚର୍ଯ୍ୟକାର୍ଯ୍ୟ ll
ଫନି, ହୁଡୁବୁଡ଼ୁ, ୟସ, ବିପତ୍ତି l
ପକାଇଲ ସୁଦର୍ଶନରେ କାଟି ll
କରୋନାବିତ୍ପାତେ ଦେଶ କାତର l
ଦେଖାଇଲ ମୁକାବିଲା ଚାତର ll
ମହାପ୍ରଭୁଙ୍କର ଶ୍ରୀକ୍ଷେତ୍ର ପୁରୀ l
ଶିରି ବଢ଼ାଇଛ ଯତନ କରି ll
ଜନମ ଦିନରେ ଶୁଭେଚ୍ଛା ଘେନ l
ଶ୍ରୀଜଗନ୍ନାଥଙ୍କ ଥାଉ କଲ୍ୟାଣ ll
ନିରୋଗ ଶରୀରେ ଦୀର୍ଘାୟୁ ହୁଅ l
ମନେ ରଖିଥାନ୍ତୁ ଓଡ଼ିଆ ପୁଅ ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Leave A Reply

Your email address will not be published.