ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଏପିଓ ।

ଏକ ପୋଖରୀ ଖୋଳା ବିଲ କରିବା ପାଇଁ ଲାଞ୍ଚ ନେଉଥିବା ସମୟରେ ମୁରିବାହାଲ ବ୍ଲକର ଏପିଓ ସୁଶାନ୍ତ ଦାସ ଭିଜିଲାନ୍ସ ହାତରେ ଧରା ପଡିଛି । ବରଗଡ଼ ଭିଜିଲାନ୍ସ ଡ଼ିଏସପିଙ୍କ ନେତୃତ୍ୱରେ ହୋଇଥିବା ଏହି ଭିଜିଲାନ୍ସ ଚଢ଼ାଉ ବେଳେ ଅଭିଯୁକ୍ତ ସୁଶାନ୍ତଙ୍କ ଠାରୁ କେମିକାଲ ବୋଳା ଟଙ୍କା ଜବତ ହୋଇଛି ।

ସୁଶାନ୍ତଙ୍କ ଠାରୁ ଟଙ୍କା ଜବତ ହେଲାପରେ ବେଙ୍ଗାମୁଣ୍ଡା ଅନ୍ତର୍ଗତ ଆସୁଲା ଗ୍ରାମ ସ୍ଥିତ ବାସଭବନରେ ମଧ୍ଯ ଚଢ଼ାଉ ଜାରି ରହିଛି । ସେହିପରି ଭିଜିଲାନ୍ସର ଅନ୍ୟଏକ ଦଳ ମୁରିବାହାଲ ବ୍ଲକରେ ଚଢ଼ାଉ ଜାରି ରଖିଛନ୍ତି ।

Comments are closed.