ଗଂଜାମ ଭଂଜନଗର ଜଳସେଚନ ବିଭାଗର ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ
SDOଙ୍କ ଘରୁ ନଗଦ ୧୮ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ମିଳିଛି।
ଗଞ୍ଜାମ : ଗଞ୍ଜାମ : ଭଂଜନଗର ଜଳସେଚନ ବିଭାଗର ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ ଘଟଣା। ସରକାରୀ ବାବୁଙ୍କ ଘରୁ ମିଳିଛି ପୁଳା ପୁଳା ଟଙ୍କା। SDOଙ୍କ ଘରୁ ନଗଦ ୧୮ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ମିଳିଛି।
ବ୍ରହ୍ମପୁର ବାସଭବନରୁ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମିଳିଛି। ଭଞ୍ଜନଗର ସରକାରୀ ବାସଭବନରୁ ମିଳିଛି ୩ ଲକ୍ଷ ୭୨ ହଜାର ଟଙ୍କା । ବ୍ରହ୍ମପୁର ସହରରେ ବାବୁଙ୍କ ଏକ ବହୁତଳ କୋଠା ସହ ୫ଟି ପ୍ଲଟ୍ ବି ଥିବା ତନାଘନାରୁ ଜଣାପଡ଼ିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଂଜାମ ଭଂଜନଗର ଡହ ଜଳସେଚନ ଉପଖଣ୍ଡ ଏସଡିଓ ପଞ୍ଚୁ ବେହେରାଙ୍କ ଏକାଧିକ ଠିକଣାରେ ରେଡ୍ କରିଛି ଭିଜିଲାନ୍ସ। ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି। ଏଥି ମଧ୍ୟରେ ରହିଛି ଭଂଜନଗର ସ୍ଥିତ ଅଫିସ ଓ ସରକାରୀ ବାସଭବନ।
ଏହାସହ ବ୍ରହ୍ମପୁର ବସନ୍ତବିହାରରେ ଥିବା ଏକ ୩ ମହଲା କୋଠା, ବ୍ରହ୍ମପୁର ଭୀମା ନଗରରେ ଥିବା ସମ୍ପର୍କୀୟଙ୍କ ଘର, ପୋଲସରାରେ ଥିବା ପୈତୃକ ଘର। ରେଡରେ ଭିଜିଲାନ୍ସର ୩ ଡିଏସପି, ୭ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ ସଦସ୍ୟ ସାମିଲ ଅଛନ୍ତି।