ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ୧୨ଘଣ୍ଟା ରାସ୍ତା ଜାମ

0

ରେଢ଼ାଖୋଲ : ସମ୍ବଲପୁର – କଟକ ୫୫ନଂ ଜାତୀୟ ରାଜପଥ ରେଢାଖୋଲ ଦଳଖମଣ ନିକଟରେଥିବା ଏକ ବ୍ରିଜ୍ ଉପରେ ବିଳମ୍ବିତ ରାତିରେ ସମ୍ବଲପୁରରୁ କୋଇଲା ବୋଝେଇ ଟ୍ରକ ଅନୁଗୋଳ ଯାଉଥିବା ବେଳେ ବିପରିତ ପଟୁ ଆସୁଥିବା ଲୁହା ବୋଝେଇ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡିର ଡ୍ରାଇଭର ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ରେଢାଖୋଲ ମେଡିକାଲକୁ ଅଣା ଯାଇ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବାରୁ ଉଭୟ ଡ୍ରାଇଭରଙ୍କର ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରେଢାଖୋଲ ପୋଲିସ ପହଁଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶହଶହ ଗାଡି, ମୋଟର ଅଟକି ରହିଥିବାରୁ ଯାତାୟତରେ ଯାତ୍ରୀ ମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଡ୍ରାଇଭରଙ୍କୁ ବୁର୍ଲା VIMSAR କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

ରେଢ଼ାଖୋଲ ପୋଲିସ ଓ NHAI କର୍ମଚାରୀମାନେ କ୍ରେନ ସାହାଯ୍ୟରେ ଗାଡି ଦୁଇଟିକୁ ହଟାଇବା ପାଇଁ ବହୁ ସମୟ ଉଦ୍ୟମ କରି ସଫଳ ହୋଇଥିଲେ। ରେଢ଼ାଖୋଲ ଟାଉନ୍ ଜାତୀୟ ରାଜପଥ-୫୫ ଅଣ ଓସାରିଆ ଥିବାରୁ ଦୁର୍ଘଟଣା ଘଟୁଛି। ଦୀର୍ଘ ୧୨ ଘଣ୍ଟା ଫସି ରହିଥିବା ଶହ ଶହ ଯାତ୍ରୀ କୌଣସି ଦୋକାନ ନ ଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଥିବା ପରିସ୍ଥିତି ଦେଖି ସାମାଜ ସେବୀ ଶିବଶମ୍ଭୁ ନନ୍ଦ ସହଯୋଗର ହାତ ବଢେ଼ଇଥିଲେ ଓ ତାଙ୍କ ସହିତ ରେଢ଼ାଖୋଲ ସଚେତନ ଯୁବକ ଭାଇମାନେ, ରେଢ଼ାଖୋଲ ନାଗରିକ କମିଟି ସଭାପତି ପ୍ରଦୀପ ପ୍ରଧାନ, ଜିଲ୍ଲା ପରିଷଦ ଶରତ କୁମାର ପ୍ରଧାନ, ରେଢ଼ାଖୋଲ ଅଗ୍ନିଶ୍ରମ ବାହିନୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପିଇବା ପାଣି ଓ ବିସ୍କୁଟ ବାଣ୍ଟିଥିଲେ।

Leave A Reply

Your email address will not be published.