ନବରଙ୍ଗପୁର : ନବରଙ୍ଗପୁରରେ ଆୟୋଜିତ ହୋଇଯାଇଛି “ଟ୍ରାଇବାଲ୍ ଫ୍ୟାଶନ୍ ଶୋ”। ଜିଲ୍ଲାରେ ସୁଭଦ୍ରା ଶକ୍ତି ମେଳା ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏହି ଫ୍ୟାଶନ ଶୋ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ସୁଭଦ୍ରା ଶକ୍ତିର ମହିଳାମାନେ ଅଂଶଗ୍ରହଣ କରି ଆଦିବାସୀ ସଂସ୍କୃତିକୁ ଏକ ନୂତନ ରୂପ ଦେଇଛନ୍ତି। ଏଥିରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ପ୍ରସ୍ତୁତ କରିଥିବା ବସ୍ତ୍ର, ଗହଣା ପିନ୍ଧି ଅଂଶଗ୍ରହଣକାରୀମାନେ ରାମ୍ପରେ ପ୍ରଦର୍ଶନ କରିଛନ୍ତି। ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଏହା ଆଦିବାସୀ ସଂସ୍କୃତି ଓ ପରିଧାନର ପ୍ରଚାର ପ୍ରସାର ଦିଗରେ ଉତ୍ତମ ପଦକ୍ଷେପ।
Comments are closed.