ତୋ ନାମେ ବ୍ରତ ବାନ୍ଧିଲି

ଅର୍ଜୁନୀ ଚରଣ ବେହେରା

ତୋ ନାମେ ବ୍ରତ ବାନ୍ଧିଲି
==============
ଜୟ ଜୟ ମହାଲକ୍ଷ୍ମୀ, ଅଲକ୍ଷ୍ମୀ ଅନୁଜା l
ସୁଦଶାବ୍ରତରେ ମାତ ଘେନାକର ପୁଜା ll
ନଇବେଦ୍ୟ ବାଢ଼ିଛି ମା’ ପ୍ରଭାତରୁ ଉଠି l
ତୋ ନାମେ ବ୍ରତବାନ୍ଧିଲି ଦେଇ ଦଶଗଣ୍ଠି l
ପ୍ରଥମେ ପକାଇ ଗଣ୍ଠି ଲକ୍ଷ୍ମୀ ନାରାୟଣୀ l
ବନ୍ଦନା କରଇ ପାଦେ ବିଶ୍ଵ ଠାକୁରାଣୀ ll
ଦ୍ୱିତୀୟ ଗଣ୍ଠି ମୁଁ ଦେଲି ନାମ କମଳିନୀ l
ବନ୍ଦନା କରେ ମୁଁ ମାତା ଜଗତ ଜନନୀ ll
ତୃତୀୟରେ ଗଣ୍ଠି ମାଆ ନାମ ହରିପ୍ରୀୟା l
ଜଗତ ପ୍ରାଣୀଙ୍କ ଠାରେ ରଖିଥିବୁ ଦୟା ll
ଚତୁର୍ଥେ ଗଣ୍ଠି ମୁଁ ଦେଲି ନାମ ପଦ୍ମାଳୟା l
କମଳ ବାସିନୀ ମାତେ କମଳ ଆଳୟା ll
ପଞ୍ଚମ ଗଣ୍ଠି ମୁଁ ଦେଲି ନାମ ମା’ କମଳା l
ନୀଳାଚଳେ ବସି ମାତ କରୁଅଛୁ ଖେଳା ll
ଚଞ୍ଚଳା ନାମରେ ମାଆ ଦେଲି ଷଷ୍ଠ ଗଣ୍ଠି l
ଚଞ୍ଚଳେ ଆସି ପଳାଉ ଚଞ୍ଚଳ ତୋ ଗତି ll
ସପ୍ତମେ ଗଣ୍ଠିର ନାମ ଦେଲି ବିଘ୍ନସେନୀ l
କରୁଣାମୟୀ ମାଆଲୋ ବିଘ୍ନବିନାଶିନୀ ll
ଅଷ୍ଟମେ ଗଣ୍ଠି ମା ଦେଲି ସିନ୍ଧୁର ଦୁଲଣୀ l
ପରମ ବୈଷ୍ଣବୀ ନମସ୍ତୁତେ ନାରାୟଣୀ ll
ନବମେ ଗଣ୍ଠି ମା’ ଦେଲି ଦୁର୍ଗତିନାଶିନୀ l
ଦୁର୍ଗତ ଜନଙ୍କୁ ସାହା ଐଶ୍ୱର୍ଯ୍ୟ ଦାୟିନୀ ll
ଦଶମେ ଗଣ୍ଠି ମା’ ନାମ ବିଷ୍ଣୁପାଟରାଣୀ l
ଲୋକଜନନୀ ଇନ୍ଦିରା ବୈକୁଣ୍ଠବାସିନୀ ll
ବ୍ରତକୁ ବାନ୍ଧିଲି ମାତ କରି ତୋତେ ଭକ୍ତି l
ଭକ୍ତିଡୋରିରେ ରଖିବୁ ନିତ୍ୟକରି ବ୍ରତୀ ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.