ପୁରୀ: ଆଜିଠୁ ପୁରୀରେ ଆରମ୍ଭ ହେବ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ। ଅନ୍ନପୂର୍ଣ୍ଣା ଥିଏଟରରେ ଜାତୀୟସ୍ତରର ନାଟ୍ୟ ଅନୁଷ୍ଠାନ ରଙ୍ଗଶାଳା ପକ୍ଷରୁ ଏହି ମହୋତ୍ସବ ୪ ଦିନ ଧରି ଚାଲିବ। ଏହି ଜାତୀୟ ନାଟକ ମହୋତ୍ସବରେ ରାଜ୍ୟ ଏବଂ ଦେଶର ବହୁ ସୁନାମଧନ୍ୟ କଳାକାର, ଅନୁଷ୍ଠାନ ସାମିଲ ହୋଇ ନାଟକ ପରିବେଷଣ କରିବେ। ଦିନକୁ ଦିନ ନାଟକ ପ୍ରତି ଦର୍ଶକଙ୍କ ବିମୁଖତା ଯୋଗୁଁ ନାଟକ ଏକ ପ୍ରକାର ଅଚଳ ଅବସ୍ଥାକୁ ଆସିଗଲାଣି। ସରକାର ନାଟକ ପରିବେଷଣକୁ ନେଇ ସାହାଯ୍ୟ ସହଯୋଗ ଯୋଗାଇ ଦେଲେ ଓଡ଼ିଶାର କଳା ସଂସ୍କୃତି ବଞ୍ଚି ରହିବା ସହିତ ଅନେକ କଳାକାର ସୃଷ୍ଟି ହୋଇ ପାରିବେ ବୋଲି ରଙ୍ଗଶାଳା ପକ୍ଷରୁ କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.