କଲକାତା (୧୨/୪) : ଅପ୍ରେଲ ୧୧ ତାରିଖ ଶନିବାର ସନ୍ଧ୍ୟାରେ ଲୋକାର୍ପିତ ହେଲା ମାସିକ ଇ- ପତ୍ରିକା “ସୂର୍ଯ୍ୟପ୍ରଭା” ର ଦ୍ଵିତୀୟ ବର୍ଷ ପଞ୍ଚମ ଅଙ୍କ । ବିଶ୍ୱ ଶାନ୍ତିର ବାର୍ତ୍ତା ସହିତ ଉତ୍ସବର ଶୁଭାରମ୍ଭ କରିଥିଲେ ସମ୍ପାଦକ ଡା.ବାମନ ଚନ୍ଦ୍ର ଦୀକ୍ଷିତ। ବିଶିଷ୍ଟ କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବହୁ ସ୍ୱନାମଧନ୍ୟ କବି , କବୟିତ୍ରୀ ଏବଂ ସାହିତ୍ୟିକଙ୍କ ଉପସ୍ଥିତି ସଭାକୁ ଶୋଭା ମଣ୍ଡିତ କରିଥିଲା । ଡା. ବାମନ ଚନ୍ଦ୍ର ଦୀକ୍ଷିତ ଉପସ୍ଥିତ ସମସ୍ତ କବି କବୟିତ୍ରୀମାନଙ୍କୁ ପ୍ରଣାମ ପୂର୍ବକ “ସୂର୍ଯ୍ୟପ୍ରଭା”ର ଲୋକାର୍ପଣ ସମ୍ପନ୍ନ କରିଥିଲେ । ପୁନଃ ମୁଖ୍ୟ ଆକର୍ଷଣ ହୋଇଥିଲା ନିଳାଦ୍ରୀ ପ୍ରସାଦ ମହାନ୍ତିଙ୍କ ପରିକଳ୍ପିତ ସୂର୍ଯ୍ୟପ୍ରଭାର କମନୀୟ କଳେବର । ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ବିଷୟରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲେ ସମ୍ପାଦକ ଡା. ବାମନ ଚନ୍ଦ୍ର ଦୀକ୍ଷିତ , ପ୍ରଭାତ କୁମାର ଆଚାର୍ଯ୍ୟ , କୈଳାଶ ଚନ୍ଦ୍ର ପଣ୍ଡା , ସନାତନ ମହାକୁଡ଼ , ଅନଙ୍ଗ ଭୂଷଣ ମହାନ୍ତି , ନିର୍ମଳ ରାଉତ , କଳ୍ପନା ମିଶ୍ର , ଆମେରିକାରୁ ଚନ୍ଦ୍ର ମିଶ୍ର ଏବଂ ମୈତ୍ରେୟୀ କାମିଳା ।


ଉତ୍କଳ ବିଳାସର ମୁଖ୍ୟ ସମ୍ପାଦକ ନିର୍ମଳ ରାଉତଙ୍କ ଦ୍ୱାରା ଉତ୍କଳ ବିଳାସ ପତ୍ରିକାର ବିକାଶ ଦିଗରେ ହେଉଥିବା ପ୍ରୟାସ ପାଇଁ ତାଙ୍କୁ ସାଧୁବାଦ ଅର୍ପଣ କରାଯାଇଥିଲା ।
ତତ୍ ପଶ୍ଚାତ କବୀ କଳ୍ପନା ମିଶ୍ରଙ୍କ ପରିଚାଳନାରେ କବିତା ଆସର ଆରମ୍ଭ ହୋଇଥିଲା । କବି ସନାତନ ମହାକୁଡ଼ , କାଶୀନାଥ ପଣ୍ଡା , ପ୍ରଭାତ ଆଚାର୍ଯ୍ୟ , କବୟିତ୍ରୀ କଳ୍ପନା ମିଶ୍ର , ମୈତ୍ରେୟୀ କମିଳା , ମଧୁସ୍ମିତା ମହାପାତ୍ର , ଜୟନ୍ତୀ ନାୟକ , ପୁଷ୍ପାଞ୍ଜଳି ପତ୍ରି , ଚନ୍ଦ୍ରା ମିଶ୍ର ଏବଂ କବିତା ମହାପାତ୍ର ଆଦି ସ୍ୱରଚିତ କବିତା ପାଠ କରିଥିଲେ । କବୟିତ୍ରୀ ମୈତ୍ରେୟୀ କମିଳାଙ୍କ ସମୀକ୍ଷା ସମସ୍ତଙ୍କୁ ବିମୋହିତ କରିଥିଲା । ଅନ୍ତିମ ପର୍ଯ୍ୟାୟରେ ଧନ୍ୟବାଦ ଅର୍ପଣ ଏବଂ ଶାନ୍ତି ପାଠ କରି ସଭା ସମାପ୍ତ କରାଯାଇଥିଲା ।
ରିପୋର୍ଟ-ସନାତନ ମହାକୁଡ଼।