ଗଜପତି -ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଅଧିନସ୍ଥ, ବଡଖେମୁଣ୍ଡି ଆଞ୍ଚଳିକ ପରିଷଦ ଅଧିନସ୍ଥ ଦୌଲିଆପଡା (ବାଲିବଟ)ଛକ ସ୍ଥିତ ଶ୍ରୀ ଶ୍ରୀ ମାଂ ବୁଢ଼ୀ ଠାକୁରାଣୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ତା -12.06.2026ରିଖ ଦିନ ଠାରୁ ମହାସଭା ଆରମ୍ଭ ହେଲା ଦିବା 9.00ଘଣ୍ଟା ସମୟ ରେ ପ୍ରଥମରେ ସମସ୍ତ କେନ୍ଦ୍ରୀୟ କର୍ମ କର୍ତ୍ତା, ଆଞ୍ଚଳିକ ପରିଷଦ କର୍ମ କର୍ତ୍ତା, ଗ୍ରାମ୍ୟ ପରିଷଦ କର୍ମ କର୍ତ୍ତା ଙ୍କୁ ଉପଢୌକନ ପ୍ରଦାନ କରା
ଯାଇଥିଲା ତାପରେ ନଗର ପରିକ୍ରମା ସାରି ଆସିଲା ପରେ କୁଳ ଧ୍ବଜା ଉତ୍ତୋଳନ କରିଥିଲେ ଶ୍ରୀ ଦଣ୍ଡାସୀ ସାହୁ କେନ୍ଦ୍ରୀୟ ପରିଷଦ (ସଭାପତି )ଓ ଅନ୍ୟାନ୍ୟ କର୍ମ କର୍ତ୍ତା ଗଣ ତା ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ଶ୍ରୀ ଧର୍ମା ସାହୁ (କେନ୍ଦ୍ରିୟ ନିର୍ବାଚନ ଅଧିକାରୀ ) ଏବଂ କେନ୍ଦ୍ରୀୟ ପରିଷଦର ଅନ୍ୟାନ୍ୟ କର୍ମ କର୍ତ୍ତା ଗଣ ତାପରେ ସଭା ସ୍ଥଳ ଉଦଘାଟନ କରିଥିଲେ ଶ୍ରୀ ଯୋଗୀ ସାହୁ (ଉପଦେଷ୍ଟା )କେନ୍ଦ୍ରୀୟ ପରିଷଦ ଓ ଅନ୍ୟାନ୍ୟ କର୍ମ କର୍ତ୍ତା ଗଣ ତା ପରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଉତ୍ସବ ସାହୁ ଆସନ ଅଳଙ୍କୃତ କରିଥିଲେ,ସମ୍ମାନିତ ଅତିଥି ଭାବେ 22 ତାଲୁକାର ସଭାପତି ଶ୍ରୀ ରଘୁନାଥ ସାହୁ ସମେତ ନିଖିଳ ଓଡିଶା ମହାସଭାର ସମ୍ପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ସାହୁ (ବ୍ରହ୍ମପୁର )ଓ କର୍ମ କର୍ତ୍ତା ଗଣ ଯୋଗ ଦେଇଥିଲେ ତା ପରେ ପରେ ଆଜକୁ ତିନି ଦିନ ତଳେ ପର ଲୋକ ଗମନ କରିଥିବା ଆମର ପଦ୍ମପୁର ଆଞ୍ଚଳିକ ପରିଷଦସ୍ଥିତ ଜାନି ସାହି ଗ୍ରାମ୍ୟ ପରିଷଦ ସଭାପତି ସ୍ବର୍ଗତ ବଳରାମ ସାହୁଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟର ଶୋକ ସଭା କରାଯାଇଥିଲା, ତା ପରେ ଦଶମ ଶ୍ରେଣୀରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ମାନ ପତ୍ର ସହ ସିଲ କେନ୍ଦ୍ରୀୟ କର୍ମ କର୍ତ୍ତାଙ୍କ ତରଫରୁ ପୁରସ୍କୃତ କରା ଯାଇଥିଲା ଦକ୍ଷିଣ ଓଡିଶାର ପ୍ରାୟ 22ଜଣ ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରା ଯାଇଥିଲା ଆଜିର ଏହି ମହାସଭା ର ସଭାପତିତ୍ବ ତୁଲାଇ ଥିଲେ କେନ୍ଦ୍ରୀୟ ପରିଷଦର ସଭାପତି ଶ୍ରୀ ଦଣ୍ଡାସୀ ସାହୁ ତାଙ୍କ ସହ କେନ୍ଦ୍ରୀୟ ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ ସାହୁ ତାଙ୍କ କାର୍ଯ୍ୟ କାଳର ବିବରଣୀ ପାଠ କରିଥିଲେ ତାପରେ ସନ୍ଧ୍ୟା ସମୟରେ ସମାଜର କୂଳ ଗଙ୍ଗାଙ୍କ ପାଖରେ ସନ୍ଧ୍ୟା ଆଳତି ସରିଲା ପରେ ସନ୍ଧ୍ୟା 7.30ଘଣ୍ଟା ସମୟରେ ମୁଖ୍ୟ ପ୍ରବଚକ ଶ୍ରୀ ଉତ୍ସବ ସାହୁଙ୍କ ଦ୍ୱାରା ମାନବ ସମାଜର ମନୁଷ୍ୟର ଜନ୍ମ ଓ କର୍ମ ସମ୍ବନ୍ଧୀୟ ପ୍ରବଚନ ଦୀର୍ଘ ତିନି ଘଣ୍ଟା ସମୟ ଧରି ସଭ୍ୟ ମାନଙ୍କ ଠାରେ ଉପସ୍ଥାପନ କରିଥିଲେ,ଏଥିରେ ସମାଜ ର ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ସଭ୍ୟ ଭାଇ ଭଉଣୀ ମାନେ ଯୋଗ ଦେଇନଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.