ଆର୍‍.ଉଦୟଗିରିରେ ୭୭ତମ ବନ ମହୋତ୍ସବ ପାଳିତ।

0

ଆର, ଉଦୟଗିରି,୯.୭(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ଆର୍‍.ଉଦୟଗିରି ଠାରେ ୭୭ତମ ବନ ମହୋତ୍ସବ ଉତ୍ସାହର ସହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟି.ଏଲ୍‍.ଏସ୍‍.ସି.ର ଅଧ୍ୟକ୍ଷ ତଥା ଆର୍‍.ଉଦୟଗିରିର ବରିଷ୍ଠ ସିଭିଲ୍ ଜଜ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ।


ଏହି ଅବସରରେ ଆର୍‍.ଉଦୟଗିରି କୋର୍ଟର କର୍ମଚାରୀ ଏବଂ ଆର୍‍.ଉଦୟଗିରି ବନାଞ୍ଚଳର ରେଞ୍ଜ କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପ୍ରକୃତିର ସୁରକ୍ଷା, ସବୁଜ ପରିବେଶ ସୃଷ୍ଟି ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଏହି ବନ ମହୋତ୍ସବ ପାଳନ କରାଯାଇଥିଲା। ଶେଷରେ ସମସ୍ତଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ ଓ ବୃକ୍ଷ ସୁରକ୍ଷା ପାଇଁ ଶପଥ ନେବାକୁ ଆହ୍ୱାନ କରାଯାଇଥିଲା।

Leave A Reply

Your email address will not be published.