ଭୁବନେଶ୍ବର : ପାକିସ୍ତାନୀ ଲିଙ୍କରେ ସନ୍ଦିଗ୍ଧ ଗିରଫ। ଭୁବନେଶ୍ବରରୁ ଆସିଲା ବଡ଼ ଖବର। ଇମ୍ରାନ୍ ନାମକ ଯୁବକଙ୍କୁ ଉଠାଇ ନେଲା ଦିଲ୍ଲୀ ପୋଲିସ୍। ଭୁବନେଶ୍ବର କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଗିରଫ। ଭୁବନେଶ୍ବରରେ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମ୍। ଦେଶ ବିରୋଧରେ ସୋସିଆଲ୍ ମିଡିଆରେ ପ୍ରଚାର କରୁଥିବା ଅଭିଯୋଗ ରହିଛି। ଗୁଇନ୍ଦା ସୂତ୍ରରୁ ସୂଚନା ପାଇବା ପରେ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ଉକ୍ତ ଯୁବକଙ୍କୁ ଉଠାଇ ନେଇଛି। ୟୁନିଟ୍-୬ ଅଞ୍ଚଳରୁ ଏକ ସରକାରୀ କ୍ୱାର୍ଟରରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ସେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଡନ ସହ ଜଡିତ ଥିବା ସୂଚନା ମିଳିଛି। ଆଜି ଦିଲ୍ଲୀ ପୋଲିସ୍ ଏ ନେଇ ବିସ୍ତୃତ ସୂଚନା ଦେବ।
Sign in
Sign in
Recover your password.
A password will be e-mailed to you.
Comments are closed.