ବ୍ରହ୍ମପୁର : ବ୍ରହ୍ମପୁର ରେ ପୁଣି ଆତଙ୍କରାଜ। ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ। ବଡ଼ ବଜାର ଥାନା ଅନ୍ତର୍ଗତ ଆନନ୍ଦ ନଗର ଛକରେ ଘଟିଛି ଘଟଣା। ଦୁଇ ଦିନ ତଳେ ରାତିରେ ସେହି ଅଞ୍ଚଳର ପିଣ୍ଟୁ ରାଉଳ କାମ ସାରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ହଠାତ୍ ଖଣ୍ଡା ଓ ମାରଣାସ୍ତ୍ର ଧରି ଗୋଡ଼ାଇ ଥିଲେ।
ଭୟରେ ପିଣ୍ଟୁ ପାଖରେ ଥିବା କଲ୍ୟାଣ ମଣ୍ଡପ ମଧ୍ୟକୁ ଦୌଡି ପଳାଇଥିଲେ। ଫଳରେ ସେ ବର୍ତ୍ତି ଯାଇଥିଲେ।ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରଖିଛି।
ତେବେ ବ୍ରହ୍ମପୁରରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଓକିଲଙ୍କୁ ଆକ୍ରମଣ, ଯୁବକଙ୍କ ଉପରେ ହମଲା ଭଳି ଘଟଣା ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛି। ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି ସତ, କିନ୍ତୁ ସାଧାରଣ ଲୋକଙ୍କ ମନରୁ ଭୟ ଯାଉନି।
Comments are closed.