ମାସିକ କବିତା ଆସର ଓ ‘ସୂର୍ଯ୍ୟପ୍ରଭା’ ସାହିତ୍ୟ ପତ୍ରିକା ଉନ୍ମୋଚିତ।
କଲକାତା (୯/୩): ସୋମବାର ପାବନ ସନ୍ଧ୍ୟାରେ ଲୋକାର୍ପିତ ହେଲା ମାସିକ ଇ- ପତ୍ରିକା “ସୂର୍ଯ୍ୟପ୍ରଭା” ର ଦ୍ଵିତୀୟ ବର୍ଷ ଚତୁର୍ଥ ଅଙ୍କ । ମାତୃ ବନ୍ଦନା ସହିତ ଉତ୍ସବର ଶୁଭାରମ୍ଭ କରିଥିଲେ ସମ୍ପାଦକ ଡା.ବାମନ ଚନ୍ଦ୍ର ଦୀକ୍ଷିତ। ବିଶିଷ୍ଟ କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବହୁ ସ୍ୱନାମଧନ୍ୟ କବି , କବୟିତ୍ରୀ ଏବଂ ସାହିତ୍ୟକାରଙ୍କ ଉପସ୍ଥିତି ସଭାକୁ ଶୋଭା ମଣ୍ଡିତ କରିଥିଲା । ଡା. ବାମନ ଚନ୍ଦ୍ର ଦୀକ୍ଷିତ ଉପସ୍ଥିତ ସମସ୍ତ କବି କବୟିତ୍ରୀମାନଙ୍କୁ ପ୍ରଣାମ ପୂର୍ବକ “ସୂର୍ଯ୍ୟପ୍ରଭା”ର ଲୋକାର୍ପଣ ସମ୍ପନ୍ନ କରିଥିଲେ । ପୁନଃ ମୁଖ୍ୟ ଆକର୍ଷଣ ହୋଇଥିଲା ନିଳାଦ୍ରୀ ପ୍ରସାଦ ମହାନ୍ତିଙ୍କ ପରିକଳ୍ପିତ ସୂର୍ଯ୍ୟପ୍ରଭାର କମନୀୟ କଳେବର । ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ବିଷୟରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲେ ସମ୍ପାଦକ ଡା. ବାମନ ଚନ୍ଦ୍ର ଦୀକ୍ଷିତ , ଅରୁଣ କୁମାର ମହାପାତ୍ର ଏବଂ ମୈତ୍ରେୟୀ କାମିଳା । ତତ୍ ପଶ୍ଚାତ କବୀ କଳ୍ପନା ମିଶ୍ରଙ୍କ ପରିଚାଳନାରେ କବିତା ଆସର ଆରମ୍ଭ ହୋଇଥିଲା । ବିଶିଷ୍ଟ କବି ଅରୁଣ କୁମାର ମହାପାତ୍ର , ହେମନ୍ତ ବରାଇ ,ଅନଙ୍ଗ ଭୂଷଣ ମହାନ୍ତି , ଶିବାଶିଷ ପାଢ଼ୀ , ବରୁଣ କୁମାର ଦାସ , ସନାତନ ମହାକୁଡ଼ , କାଶୀନାଥ ପଣ୍ଡା , ଡ଼ା ପ୍ରଦୀପ କୁମାର ପଣ୍ଡା , ପ୍ରଭାତ ଆଚାର୍ଯ୍ୟ , ଜୁମର ନାଥ ପାତ୍ର , ଶୁଭେନ୍ଦୁ ମେହେର , କୃଷ୍ଣଚନ୍ଦ୍ର ମହାପାତ୍ର , ଡା. ଚିତ୍ତରଞ୍ଜନ କୁଣ୍ଡୁ , ନିଧି ସାହୁ , ବିଶିଷ୍ଟ କବୟିତ୍ରୀ କଳ୍ପନା ମିଶ୍ର , ଆରତୀ ଦାଶ , ମୈତ୍ରେୟୀ କମିଳା , ମଧୁସ୍ମିତା ମହାପାତ୍ର , ସୁବାସିନୀ ଦାଶ , ଜୟନ୍ତୀ ନାୟକ , ସ୍ନେହସ୍ମିତା ମଲ୍ଲିକ , ମଞ୍ଜୁଲତା ସିଂହ , ଅସୀମା ଖୁଣ୍ଟିଆ , ଜୟନ୍ତୀ ନାୟକ , ଅଳକା ପ୍ରଧାନ , ପୁଷ୍ପାଞ୍ଜଳି ପତ୍ରି, ସିତୁ ମହଲା , ଶୁଭାଗିନୀ ସିଂହ , ସୁଷମା ପଟେଲ , ନିରୂପମା ପାଣି ଆଦି ସ୍ୱରଚିତ କବିତା ପାଠ କରିଥିଲେ । କବୟିତ୍ରୀ ମୈତ୍ରେୟୀ କମିଳା ଏବଂ ଜୁମର ନାଥ ପାତ୍ରଙ୍କ ସମୀକ୍ଷା ସମସ୍ତଙ୍କୁ ବିମୋହିତ କରିଥିଲା । ଅନ୍ତିମ ପର୍ଯ୍ୟାୟରେ ଧନ୍ୟବାଦ ଅର୍ପଣ ଏବଂ ଶାନ୍ତି ପାଠ କରି ସଭା ସମାପ୍ତ କରାଯାଇଥିଲା ।
ରିପୋର୍ଟ-ସନାତନ ମହାକୁଡ଼
Comments are closed.