ଭୁବନେଶ୍ୱର, ୧୯ ଜୁନ୍ ୨୦୨୬ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ 993 ସ୍ୱାସ୍ଥ୍ୟମିତ୍ରଙ୍କ ଅନ୍ୟାୟ ଛଟେଇ ପ୍ରତିବାଦରେ ଆଦି ଭୁବନେଶ୍ୱରସ୍ଥିତ ରେଡକ୍ରସ୍ ଭବନରେ ଏବଂ ସାମ୍ବାଦିକ ସମ୍ୱିଳନୀ ଅନୁଷ୍ଟିତ ହୋଇଥିଲା। ସମ୍ୱିଳନୀର ଆଲୋଚନା ଆରମ୍ଭକରି ସଭାପତି – ରୀତାଞ୍ଜଳି ବେହେରା, ସମ୍ପାଦକ – ମାନସ କୁମାର ଲେଙ୍କା, ବରିଷ୍ଟ ଉପଦେଷ୍ଟା – ସୁଦର୍ଶନ ଛୋଟରାୟ, ରାଜ୍ୟ ଆଉଟସୋର୍ସିଂ ଫେଡେରେସନ ସଭାପତି – ପ୍ରଭାତ ମହାନ୍ତି ପ୍ରମୁଖ । ରାଜ୍ୟ ସରକାରଙ୍କ ଶାସନର ଦୁଇବର୍ଷ ଉତ୍ସବ ପାଳନ କରୁଥିବା ବେଳେ ରାଜ୍ୟର 993ଜଣ ସ୍ୱାସ୍ଥ୍ୟମିତ୍ରଙ୍କୁ ଅନିଶ୍ଚିତ ଭବିଷ୍ୟତ ମଧ୍ୟକୁ ଠେଲି ଦେଇଛନ୍ତି । ତୁରନ୍ତ ସମସ୍ତ ସ୍ୱାସ୍ଥ୍ୟମିତ୍ରଙ୍କୁ ନିୟମିତ କରିବା ସହ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ଦେବା ପାଇଁ ନିବେଦନ କରିଛନ୍ତି।
ଗତ ୮ ବର୍ଷ ଧରି ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିଆସୁଥିବା ୯୯୩ ଜଣ ସ୍ୱାସ୍ଥ୍ୟମିତ୍ରଙ୍କୁ ଅଚାନକ ଛଟେଇ କରିବା ନିଷ୍ପତ୍ତିକୁ ‘ଅଲ୍ ଓଡ଼ିଶା ସ୍ୱାସ୍ଥ୍ୟମିତ୍ର ସଂଘ’ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ରାଜ୍ୟର ୩୦ଟି ଜିଲ୍ଲାର ୭୦୦ରୁ ଉର୍ଦ୍ଧ୍ୱ ବେସରକାରୀ ଚିକିତ୍ସାଳୟରେ ରୋଗୀସେବା ଏବଂ ସରକାରୀ ସ୍ୱାସ୍ଥ୍ୟ ଯୋଜନାର ସଫଳ ରୂପାୟନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି କର୍ମଚାରୀମାନଙ୍କୁ ଛଟେଇ କରିବା ନିଷ୍ପତ୍ତି ଲକ୍ଷାଧିକ ଗରିବ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ସଂଘ ଆଶଙ୍କା ପ୍ରକାଶ କରିଛି।
ପ୍ରମୁଖ ଅଭିଯୋଗ ଓ ସମସ୍ୟା:
୧. ସେବାରେ ନିଷ୍ଠା: ସ୍ୱାସ୍ଥ୍ୟମିତ୍ରମାନେ କେବଳ ହେଲ୍ପ ଡେସ୍କ ପରିଚାଳନା ନୁହେଁ, ବରଂ ରୋଗୀଙ୍କୁ କ୍ୟାସଲେସ୍ ଚିକିତ୍ସା ସୁନିଶ୍ଚିତ କରିବା, ଅତିରିକ୍ତ ଅର୍ଥ ଆଦାୟ ରୋକିବା, ରକ୍ତଦାନ ଏବଂ ଆବଶ୍ୟକୀୟ ବୈଷୟିକ ସହାୟତା (e-KYC, ଆଧାର ଲିଙ୍କ୍, ଆୟୁଷ୍ମାନ କାର୍ଡ ଇତ୍ୟୁଦିନ) ପ୍ରଦାନ କରିଆସୁଛନ୍ତି।
୨. ପ୍ରତିଶ୍ରୁତି ଭଙ୍ଗ: ସରକାରଙ୍କ ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ବେଳେ କାହାରି ଚାକିରି ଯିବ ନାହିଁ ବୋଲି ପ୍ରତିଶ୍ରୁତି ମିଳିଥିଲା। ଏପରିକି ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ବିଧାନସଭାରେ ସ୍ୱାସ୍ଥ୍ୟମିତ୍ରମାନେ ଆରୋଗ୍ୟ ମିତ୍ର ଭାବେ କାର୍ଯ୍ୟ କରୁଥିବା ନେଇ ବୟାନ ଦେଇଥିଲେ। ମାତ୍ର ବର୍ତ୍ତମାନ ୨୯.୦୫.୨୦୨୬ରେ ସେମାନଙ୍କୁ ଛଟେଇ ନୋଟିସ୍ ମିଳିଛି, ଯାହାକି ୩୦ ଜୁନ୍ ୨୦୨୬ରେ କାର୍ଯ୍ୟକାରୀ ହେବ
୩. ମହିଳାଙ୍କ ସୁରକ୍ଷା ପ୍ରଶ୍ନ: ଏହି ୯୯୩ ଜଣ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୭୦% ମହିଳା ଅଛନ୍ତି। ନାରୀ ସଶକ୍ତୀକରଣ କଥା କହୁଥିବା ସରକାରଙ୍କ ଏଭଳି ନିଷ୍ପତ୍ତି ମହିଳା କର୍ମଚାରୀଙ୍କୁ ରାଜରାସ୍ତାକୁ ଠେଲି ଦେଇଛି।
ସଂଘର ଦାବି:
୧. ସ୍ୱାସ୍ଥ୍ୟମିତ୍ରଙ୍କ ପ୍ରତି ହୋଇଥିବା ଅନ୍ୟାୟ ଛଟେଇ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ।
୨. ସମସ୍ତ ସ୍ୱାସ୍ଥ୍ୟମିତ୍ରଙ୍କୁ ଚାକିରି ସୁରକ୍ଷା ପ୍ରଦାନ କରାଯାଉ।
3. ୩ .ଆଉଟ୍ ସୋର୍ସିଙ୍ଗ ପରି କୁତ୍ସିତ ପ୍ରଥା କୁ ଉଚ୍ଛେଦ କରି ଆମ କୁ ସିଧା ସଳଖ ଡିପାର୍ଟମେଣ୍ଟ (SHAS) ଅଧୀନ କୁ ନିଆଯାଉ
ଚେତାବନୀ:
ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି ସରକାର ଏହି ନ୍ୟାଯ୍ୟ ଦାବି ପ୍ରତି ସକାରାତ୍ମକ ପଦକ୍ଷେପ ନ ନିଅନ୍ତି, ତେବେ ଆସନ୍ତା ୨୨.୦୬.୨୦୨୬ (ସୋମବାର) ଦିନ ସମସ୍ତ ସ୍ୱାସ୍ଥ୍ୟମିତ୍ର ରାଜରାସ୍ତାକୁ ଓହ୍ଲାଇବା ସହ ବ୍ୟାପକ ଆନ୍ଦୋଳନ କରିବେ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅଲ୍ ଓଡ଼ିଶା ସ୍ୱାସ୍ଥ୍ୟମିତ୍ର ଆସୋସିଏସନର ବରିଷ୍ଠ ଉପଦେଷ୍ଟା ସୁଦର୍ଶନ ଛୋଟରାୟ, ଓଡ଼ିଶା ଆଉଟସୋର୍ସିଂ ଫେଡେରେସନର ଅଧ୍ୟକ୍ଷ ପ୍ରଭାତ ମହାନ୍ତି, ସ୍ୱାସ୍ଥ୍ୟମିତ୍ର ଆସୋସିଏସନର ସଭାନେତ୍ରୀ ଋତାଞ୍ଜଳି ବେହେରା, ଉପଦେଷ୍ଟା ଲକ୍ଷ୍ମଣ କୁମାର ନିଆଲ, ସମ୍ପାଦକ ମାନସ କୁମାର ଲେଙ୍କା, ଉପସଭାପତି ରୂପେଶ ରାଉତ, ଯୁଗ୍ମ ସମ୍ପାଦିକା ସ୍ୱାଗତିକା ଭଞ୍ଜ, ମହିଳା କାର୍ଯ୍ୟକାରୀ ସଭାପତି ଶ୍ୟାମଳୀ ମହାନ୍ତି, ସାଧାରଣ ସମ୍ପାଦକ ହଜାରି ଗୋଲାମ ରେହମାନ,ସୂର୍ଯ୍ୟମଣି ସେଠୀ,ସତ୍ୟଜିତ୍ ପଣ୍ଡା ଯୋଗଦେଇ ସ୍ୱାସ୍ଥ୍ୟମିତ୍ରମାନଙ୍କୁ ତୁରନ୍ତ ପୁନଃ ଥଇଥାନ କରିବା ସହିତ ସେମାନଙ୍କ ଚାକିରିକୁ ନିୟମିତ କରିବା ପାଇଁ ଦୃଢ଼ ଦାବି କରିଥିଲେ।