ସୁବର୍ଣ୍ଣପୁର ଜିଲ୍ଲାରେ ଝିପ ଝିପି ବର୍ଷା ସହିତ କୋହଲା ପାଗ ା

ସୁବର୍ଣ୍ଣପୁର – ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ପାଣି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଗତ ତିନିଦିନ ରୁ ଅଧିକ ହେବ ଆକାଶ ମେଘୁଆ ସହ କୁହୁଡିଆ ପାଗ ରହିଥିଲା । ଗତ କାଲି ରାତ୍ରି ସମୟରରୁ ଝିପି ଝିପି ବର୍ଷା ସାଙ୍ଗକୁ ପାଗ କୋହଳା ରହିଛି ।ଚାରି ଆଡେ ଆକାଶରେ ବାଦଲ ଘୋଟି ଥିବା ଦେଖା ଦେଇଛି । କୋହଳିଆ ପାଗ ସାଙ୍ଗକୁ କାଲୁଆ ପବନ ପାଇଁ ଶୀତ ର ବେଶ ରାଜୁତି ଦେଖିବାକୁ ମିଳିଛି । ଲୋକେ ସକାଳୁ ସକାଳୁ ଘରୁ ବାହାରକୁ ଆସୁଥିବା ବେଳେ ଲୋକେ ବର୍ଷାପାଇଁ ଅସୁବିଧା ର ସମ୍ମୁଖିନ ହେଉଥିବା କହିଛନ୍ତି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଶୀତ ବସ୍ତ୍ର ପରିଧାନ କରିଥିବା ସହିତ ବର୍ଷାପାଇଁ ରେନିକୋଟ ପିନ୍ଧି ବାହାରକୁ ବାହାରୁଥିବା ଦେଖାଯାଇଛି ା

Comments are closed.