ଭୁବନେଶ୍ଵର : ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ଅଭିଯାନର ପ୍ରଥମ ଦିନରେ କଡ଼ାକଡ଼ି ଚେକିଂ। ଗୋଟିଏ ଦିନରେ କଟିଲା ୧୭ ହଜାର ୮୩୧ ଚାଲାଣ। ମୋଟ୍ ୯ କୋଟି ୫୭ ଲକ୍ଷ ୫୯ ହଜାର ୫୦୪ଟଙ୍କାର ଜରିମାନା ଲାଗୁ ହୋଇଛି। ଏଥିସହ ୬୪ଟି ଗାଡ଼ି ଅଟକ ରଖିଛି ପରିବହନ ବିଭାଗ।
ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଟକରୁ କୋରାପୁଟ, ବାଲେଶ୍ୱରରୁ ବରଗଡ଼ ଯାଏଁ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଛି। ମାର୍ଚ୍ଚ ୩୧ ଯାଏଁ ଏହି ସ୍ୱତନ୍ତ୍ର ଅଭିଯାନ ଚାଲିବ। କେବଳ ଏନଫୋର୍ସମେଣ୍ଟ ନୁହେଁ ଏହି ସମୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି।
ପ୍ରଥମ ଦିନରେ ବିଭିନ୍ନ ସ୍ଥାନରେ ଗାଡ଼ି ଚାଳକମାନଙ୍କ ସହ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରାଯାଇଛି। ଏହି ଅଭିଯାନରେ ଦୁର୍ଘଟଣା ପ୍ରବଣ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ, ଖଣି ଓ ଶିଳ୍ପାଞ୍ଚଳ, ସହର ଓ ଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ ବ ଜାର ଓ ବସ୍ ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏନଫୋର୍ସମେଣ୍ଟ ଅଧିକ କରାଯାଉଛି।
Comments are closed.