ନବୀନଙ୍କୁ ଶ୍ରୀମୟୀଙ୍କ ପ୍ରଶ୍ନ : ବିଜୁବାବୁଙ୍କ ପ୍ରିୟ ଲୋକଙ୍କୁ ସମର୍ଥନ କରି କୃତଜ୍ଞତା ପ୍ରକାଶ କରିବା ଉଚିତ ନୁହେଁ କି?

0

ବି.ବି.ନିୟୁଜ :  ଆଜି ବିଜୁ ଜୟନ୍ତୀ ଅବସରରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ। ବିରୋଧୀ ଦଳ ନେତାଙ୍କ ଉଦ୍ଦେଶ୍ୟରେ ଅନେକ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମୟୀ। କହିଛନ୍ତି, ଦୀର୍ଘ ତିନି ଦଶନ୍ଧି ଧରି ଯେଉଁ ବ୍ୟକ୍ତି କ୍ଷମତାରେ ରହିଛନ୍ତି କେତେଥର ଦିଲ୍ଲୀ ଦରବାରରେ ବିଜୁବାବୁଙ୍କୁ ଭାରତରତ୍ନ ଦେବା ପାଇଁ ଚେଷ୍ଟା କରିଛନ୍ତି ? ଯଦି ଆନ୍ତରିକତାର ସହ ସେ ଚେଷ୍ଟା କରିଥାନ୍ତେ ଆଜି କ’ଣ ବିଜୁବାବୁଙ୍କୁ ଭାରତରତ୍ନ ସମ୍ମାନ ମିଳିପାରି ନଥାଆନ୍ତା କି ବୋଲି ପଚାରିଛନ୍ତି ଶ୍ରୀମୟୀ।

ଯେଉଁ ବାପାଙ୍କ ନାଁ ନେଇ କ୍ଷମତା ଉପଭୋଗ କଲେ କ’ଣ ଖାଲି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ହିଁ ଜଣେ ପ୍ରଭାବଶାଳୀ ପୁତ୍ରର କର୍ତ୍ତବ୍ୟ। ପୁରୀ ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ସମାଧିକୁ ଭାଙ୍ଗି ଦେଇଥିଲେ। ସବୁଦିନ ପାଇଁ ବିଜୁବାବୁଙ୍କ ସ୍ମୃତିକୁ ସମାଧିସ୍ଥ କରିଦେଇଥିଲେ। ଯଦିଓ ସେ ସେହି ସମାଧିକୁ ତିଆରି କରିନଥିଲେ ଓ ତାଙ୍କୁ ଭଲ ପାଉଥିବା ଲୋକେ ଏହା ନିର୍ମାଣ କରିଥିଲେ।

କୁଚକ୍ରୀ ମାନସିକତାକୁ ଉଜାଗର କରୁନି କି ?

ଓଲଟା ବାହାବା ନେବାକୁ ସରକାରୀ ଅଧିକାରୀଙ୍କ ମାଧ୍ୟମରେ ବଳିଦାନର କାହାଣୀ ରଚିବାର ପ୍ରୟାସ କରିଥିଲେ। ସେ ଚାହିଁଥିଲେ ପୁରୀ ସହରରେ ଯେକୌଣସି ସ୍ଥାନରେ ବିଜୁବାବୁଙ୍କ ସମାଧିକୁ ପୁନଃନିର୍ମାଣ କରିପାରିଥାନ୍ତେ। ଏହା କ’ଣ ତାଙ୍କ ପ୍ରତି ତାଙ୍କର କୁଚକ୍ରୀ ମାନସିକତାକୁ ଉଜାଗର କରୁନି କି ?

ବିଜୁବାବୁଙ୍କ ଶେଷ ସମୟରେ ତାଙ୍କୁ ନିଜ ଘରେ ବାପାଙ୍କ ଭଳି ପାଖରେ ରହି ସବୁ କଥା ବୁଝୁଥିଲେ ଦିଲ୍ଲୀପ ରାୟ। ବାପା ମାଆଙ୍କ ସେବା କରୁଥିବା ବ୍ୟକ୍ତିଙ୍କ ପ୍ରତି ସବୁ ପିଲାମାନେ କୃତଜ୍ଞ ରୁହନ୍ତି। ରାଜ୍ୟସଭା ନିର୍ବାଚନରେ ବିଜୁବାବୁଙ୍କ ପ୍ରିୟ ଲୋକଙ୍କୁ ସମର୍ଥନ କରି କୃତଜ୍ଞତା ଜାହିର କରିବା ଉଚିତ୍ ନୁହଁ କି ବୋଲି କହିଛନ୍ତି ଶ୍ରୀମୟୀ ?

ଏମିତି କେତେ ନିର୍ବାଚନ ଆସିବ, ଯେଉଁଥିରେ ଅନ୍ୟ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ହେବ, କିନ୍ତୁ ବିଜୁ ଜୟନ୍ତୀରେ ବିଜୁବାବୁଙ୍କ ସେବା କରିଥିବା ବ୍ୟକ୍ତିଙ୍କୁ ଯଦି ସମ୍ମାନ ଓ ସମର୍ଥନ ନ’ଦେଇପାରିବେ ତେବେ ସେ ପୁତ୍ର କୃତଜ୍ଞ ନା କୃତଘ୍ନ ?

ବିଜୁବାବୁଙ୍କୁ ଆଦର୍ଶ ମାନୁଥିବା ବହୁ ବିଧାୟକ ମଧ୍ୟ ନିଜ ବିବେକ ଅନୁସାରେ ନିଷ୍ପତ୍ତି ନେବେ ତାହା ସମୟ କହିବ ବୋଲି କହିଛନ୍ତି ଶ୍ରୀମୟୀ…ତେବେ ଏନେଇ ନବୀନ ପଟ୍ଟନାୟକ କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ବିଜୁବାବୁଙ୍କୁ ଭାରତ ରତ୍ନ ଦେବାକୁ କେତେଥର ଚେଷ୍ଟା କରିଛନ୍ତି ? ଦୀର୍ଘ ତିନି ଦଶନ୍ଧି ଧରି କ୍ଷମତାରେ ରହିଥିଲେ ଦିଲ୍ଲୀ ଦରବାରରେ କେତେ ଥର ଚେଷ୍ଟା କରିଛନ୍ତି ?  ଆନ୍ତରିକତାର ସହ ଚେଷ୍ଟା କରିଥିଲେ କ’ଣ ବିଜୁବାବୁଙ୍କୁ ଭାରତରତ୍ନ ସମ୍ମାନ ମିଳିନଥାନ୍ତା ? ଖାଲି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା କଣ ଜଣେ ପ୍ରଭାବଶାଳୀ ପୁତ୍ରର କର୍ତ୍ତବ୍ୟ ପୁରୀ ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ସମାଧିକୁ ଭାଙ୍ଗି ଦେଇଥିଲେ
ସବୁଦିନ ପାଇଁ ବିଜୁବାବୁଙ୍କ ସ୍ମୃତିକୁ ସମାଧିସ୍ଥ କରିଦେଇଥିଲେ ବିଜୁ ସମାଧିକୁ ତାଙ୍କୁ ଭଲ ପାଉଥିବା ଲୋକେ ନିର୍ମାଣ କରିଥିଲେ
ଚାହିଁଥିଲେ ପୁରୀର ଅନ୍ୟ କୌଣସି ସ୍ଥାନରେ ବିଜୁବାବୁଙ୍କ ସମାଧି କରିପାରିଥାନ୍ତେ ଏହା କ’ଣ ତାଙ୍କର କୁଚକ୍ରୀ ମାନସିକତାକୁ ଉଜାଗର କରୁନି କି ? ବିଜୁବାବୁଙ୍କୁ ଶେଷ ସମୟରେ ପାଖରେ ରହି ସବୁ କଥା ବୁଝୁଥିଲେ ଦିଲ୍ଲୀପ ରାୟ ,ବାପା ମାଆଙ୍କ ସେବା କରୁଥିବା ବ୍ୟକ୍ତିଙ୍କ ପ୍ରତି ସବୁ ପିଲାମାନେ କୃତଜ୍ଞ ରୁହନ୍ତି,

Leave A Reply

Your email address will not be published.