ଭବାନୀପାଟଣା : ଭବାନୀପାଟଣା ସଦର ବ୍ଳକ ଅନ୍ତର୍ଗତ ଚହଗାଁ ପଞ୍ଚାୟତ ଅଧିନସ୍ତ ବୁଢୀପଦର ଗ୍ରାମରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଷୋହଲ ପ୍ରହର ଅଖଣ୍ଡ ନାମଯଜ୍ଞ । ଏନେଇ ସୋମବାର ଦିନ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ନାମଯଜ୍ଞରେ ସୁଦର୍ଶନ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ପିଙ୍କି ସାହୁ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ମୁଖ୍ୟ ପୂଜକ କମ୍ବୁପାଣି ଦାଶ,ଜପକ ଭକ୍ତରାମ ଦାଶ, ପାଚକ ଅଚୁତ୍ୟାନନ୍ଦ ଦାଶ ପୂଜାକାର୍ଯ୍ୟ ନିର୍ବାହ କରୁଛନ୍ତି।ଏଥିରେ ସାତ ଗୋଟି ସଂକୀର୍ତ୍ତନ ଦଳ ଯୋଗଦେଇଥିଲେ। ପୂଜା କମିଟି ସଭାପତି ଦୀନବନ୍ଧୁ ସାହୁ, ଉପସଭାପତି କାମଦେବ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ,କମିଟି ସଦସ୍ୟ,ପୋଲିସ ପ୍ରଶାସନ ସହଯୋଗ କରୁଛନ୍ତି। ରିପୋର୍ଟ-ସନାତନ ମହାକୁଡ଼
Sign in
Sign in
Recover your password.
A password will be e-mailed to you.
Comments are closed.