ଭୁବନେଶ୍ୱର (୨୧/୨): ରିପୋର୍ଟ-ସନାତନ ମହାକୁଡ଼। ସ୍ଥାନୀୟ ଗୀତ ଗୋବିନ୍ଦ ଭବନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ଭାରତୀ ବିଦୁଷ ସଭା ମିଳିତ ଆନୁକୂଲ୍ୟରେ ବିଶ୍ଵ ମାତୃଭାଷା ଦିବସ ପାଳନ ତଥା ଆଲୋଚନାଚକ୍ର, ଏବଂ ସମ୍ବର୍ଦ୍ଧନା ସଭାରେ ବାଣୀଶ୍ରୀ ପ୍ରଭାତ କୁମାର ଆଚାର୍ଯ୍ୟଙ୍କ “ସକାଳର ଅର୍ଘ୍ୟ”ବିଚାରକ ମଣ୍ଡଳୀଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହେବା ସହ ସପ୍ତମ ସ୍ଥାନ ଅଧିକାର କରିଅଛି। ଅନୁଷ୍ଠାନ ତରଫରୁ ବରେଣ୍ୟ ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ।ଏହା ଆମ ସାହିତ୍ୟ ପାଇଁ ଗର୍ବର ବିଷୟ ତଥା ବାଲେଶ୍ବର ପାଇଁ ଗୌରବର ବିଷୟ। କବି ଆଚାର୍ଯ୍ୟ ବାଲେଶ୍ଵର ଜିଲ୍ଲାର ଭୋଗରାଇ ଗ୍ରାମରେ ପିତା ସ୍ବର୍ଗତ ମନ୍ମଥ ଆଚାର୍ଯ୍ୟ, ମାତା ସ୍ଵର୍ଗତା ଉର୍ମିଳା ଆଚାର୍ଯ୍ୟଙ୍କ କୁଳୋଜ୍ଜ୍ଵଳ କରି ଜନ୍ମଗ୍ରହଣ କରିଥିଲେ ମଧ୍ୟ ମୟୂରଭଞ୍ଜରେ ଚାକିରି ଜୀବନ ସମାପ୍ତ କରିବା ପରେ ଏବେ ବାଲେଶ୍ଵର ରେମୁଣା ଗୋଲେଇ ସ୍ଥିତ ସିଦ୍ଧେଶ୍ଵର କଲୋନୀରେ ରହୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ପ୍ରତ୍ୟେକ ସକାଳରେ ସେ ଅର୍ଘ୍ୟ ବାଢ଼ନ୍ତି,ସେଇ ଅର୍ଘର ସଙ୍କଳନ “ସକାଳର ଅର୍ଘ୍ୟ”। କବି ଶ୍ରୀ ଆଚାର୍ଯ୍ୟଙ୍କ ଅଦ୍ୟାବଧି ତିନୋଟି ଗଳ୍ପ ପୁସ୍ତକ, ଛଅଟି କବିତା ସଙ୍କଳନ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.