ଗଞ୍ଜାମ ବୁଗୁଡ଼ା ୧୩ ।୨। ମହାଶିବରାତ୍ରୀ ପାଇଁ ବୁଗୁଡ଼ା ଅଞ୍ଚଳ ର ବିଭିନ୍ନ ଶୈବପୀଠ ସଜେଇ ହେଉଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜାଗର ଯାତ୍ରା କୁ ସୁରୁଖୁରୁ ରେ ପରିଚାଳନା କମିଟି ପକ୍ଷ ରୁ ପ୍ରସ୍ତୁତି ଆରମ୍ଭ ସହ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଫଳ ରେ କେତେକ ଶୈବପୀଠ ରେ ନାମଯଜ୍ଞ ଓ ଅନ୍ନଯଜ୍ଞ ହେବାର ଜଣାଯାଇଛି । ଏ ବର୍ଷ ଶୈବପୀଠ ଗୁଡିକରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଥିବାରୁ ଶ୍ରଦ୍ଧାଳୁ କିପରି ଶାନ୍ତି ଶୃଙ୍ଖଳା ର ସହ ମହାଦେବ ଙ୍କ ଦର୍ଶନ କରିବେ ଓ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ଠିକ୍ ସମୟରେ ଯେପରି ମହାଦୀପ ଉଠିବ ସେ ନେଇ ଯୋଜନା ପ୍ରସ୍ତୁତ ହୋଇଛି । ଏଥି ସହ ମନ୍ଦିର ଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ରଙ୍ଗମରା କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ପହଞ୍ଚିଚି। ତେବେ ଶ୍ରଦ୍ଧାଳୁ ମାନେ ଜାଗର ପାଳନ ପାଇଁ ଉତ୍କଣ୍ଠା ସହ ଅପେକ୍ଷା କରିଥିବା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.
Comments are closed.