ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

0

ଭୁବନେଶ୍ଵର: ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ନାଲକୋ ଓ ଆଦାନୀ ଗ୍ରୁପ୍ର ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ଭବିଷ୍ୟତ ନିବେଶ ଯୋଜନା ଓ ସରକାରୀ ସହଯୋଗ ସମ୍ପର୍କରେ ଆଲୋଚନା ହୋଇଛି।

ବୈଠକରେ ନାଲକୋର ସ୍ମେଲ୍ଟର ଓ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ସମ୍ପ୍ରସାରଣ, ଉତ୍କଳ ‘ଡି’ ଓ ‘ଇ’ କୋଇଲା ଖଣି ସମେତ ଜମି ଅଧିଗ୍ରହଣ, ପୁନର୍ବାସ, ଜନଶୁଣାଣି ଓ ଭିତ୍ତିଭୂମି ବିକାଶର ସମୀକ୍ଷା କରାଯାଇଛି। ଆଦାନୀ ଗ୍ରୁପ୍ର ବନ୍ଦର, ଶିଳ୍ପ ପାର୍କ, ଶକ୍ତି, ଆଲୁମିନିୟମ୍, ସିମେଣ୍ଟ, ଡାଟା ସେଣ୍ଟର ଓ ଲଜିଷ୍ଟିକ୍ସ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା ହୋଇଛି। ଧାମରା ଓ ଗୋପାଳପୁର ବନ୍ଦର ସମ୍ପ୍ରସାରଣ ସହ ସଡ଼କ ଓ ରେଳ ସଂଯୋଗ ଉପରେ ମଧ୍ୟ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି।ପ୍ରକଳ୍ପଗୁଡ଼ିକୁ ସମୟବଦ୍ଧ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗ, ଶିଳ୍ପ ସଂସ୍ଥା ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଘନିଷ୍ଠ ସମନ୍ୱୟ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।

Leave A Reply

Your email address will not be published.