ବାଲେଶ୍ୱରର ପତ୍ରିପାଳ ଗାଁରେ ବିରଳ ପକ୍ଷୀ ଉଦ୍ଧାର

ବାଲେଶ୍ୱର, ୮ ଏପ୍ରିଲ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ ପତ୍ରିପାଳ ଗ୍ରାମରୁ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର ହୋଇଥିବା ସୂଚନା ମିଳିଛି।
ପ୍ରାଥମିକ ଅନୁମାନ ଅନୁସାରେ ଏହି ପକ୍ଷୀଟି ବିରଳ ‘ହାଡ଼ଗିଳା’ (Greater Adjutant) ପ୍ରଜାତିର ହୋଇପାରେ।
ସ୍ଥାନୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗତକାଲି ଅପରାହ୍ନରେ ଏ ଅଞ୍ଚଳରେ ପ୍ରବଳ ଘୂର୍ଣ୍ଣିଝଡ଼ ସହ ବର୍ଷା ହୋଇଥିଲା। ବର୍ଷା ଥମିବା ପରେ ଗ୍ରାମ ନିକଟସ୍ଥ ଏକ ପଡ଼ିଆରେ ଗ୍ରାମବାସୀମାନେ ଏହି ବିଶାଳକାୟ ପକ୍ଷୀଟିକୁ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପକ୍ଷୀଟିର ଅସାମାନ୍ୟ ଆକୃତି ଓ ଆକାର ଦେଖି ଗ୍ରାମବାସୀମାନେ ଏହାକୁ ଉଦ୍ଧାର କରି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିବା ଜଣାପଡ଼ିଛି।
ପକ୍ଷୀଟିର ସଠିକ ପରିଚୟ ଓ ଚିକିତ୍ସା ପାଇଁ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Comments are closed.