ରାଜ୍ୟପାଳଙ୍କ ସିଦ୍ଧମଠସ୍ଥିତ ବେଦ ବିଦ୍ୟାଳୟ ପରିଦର୍ଶନ

କେନ୍ଦୁଝର: ରାଜ୍ୟପାଳ ରଘୁବର ଦାସ ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସିଦ୍ଧମଠସ୍ଥିତ ବେଦ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ରାଜ୍ୟପାଳ ଶ୍ରୀ ଦାସ ସେଠାରେ ପହଞ୍ଚିବା ପରେ ବିଦ୍ୟାଳୟର ଆଚାର୍ଯ୍ୟଗଣ ଓ ଛାତ୍ରଗଣ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହ ବେଦମନ୍ତ୍ର ଉଚ୍ଚାରଣ ସହ ବିଦ୍ୟାଳୟ ପରିସରକୁ ପାଛୋଟି ନେଇଥିଲେ।

ରାଜ୍ୟପାଳ ଶ୍ରୀ ଦାସ ଅଧ୍ୟୟନରତ ଛାତ୍ରଙ୍କ ବେଦମନ୍ତ୍ର ଆବୃତିରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ବିଦ୍ୟାଳୟର ଶୈକ୍ଷିକ ବିକାଶ ନିମନ୍ତେ ଶୁଭ କାମନା କରିଥିଲେ। ଏହି ଅବସରରେ ରାଜ୍ୟପାଳ ଶ୍ରୀ ଦାସଙ୍କୁ ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ନିମାଇଁ ଚରଣ ଦାଶ ଓ ପ୍ରାଧାନାଚାର୍ଯ୍ୟ ଡ.ବିଜୟ କୁମାର ପାଟ୍ଟଯୋଶୀ ବିଦ୍ୟାଳୟର ବିକାଶ ଓ ଉନ୍ନତି ନିମନ୍ତେ ଏକ ନିବେଦନପତ୍ର ପ୍ରଦାନ କରିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦଷ୍ଟିରୁ ମୁକୁଳା ଥିବା ବିଦ୍ୟାଳୟ ଚତୁଃପାଶ୍ୱର୍କୁ କିଭଳି ପାଚେରୀ ନିର୍ମାଣ ଦ୍ୱାରା ବିଦ୍ୟାଳୟକୁ ସୁରକ୍ଷିତ ରଖାଯିବା ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯିବ ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

Comments are closed.