ରାମ ମନ୍ଦିରରେ ରାଜ୍ୟପାଳଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର: ଅଯୋଧ୍ୟାରେ ରାମ ଲାଲାଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ନେଇ ସମସ୍ତେ ଉତ୍ସାହର ସହ ପାଳନ କରିଥିବାବେଳେ ଓଡ଼ିଶା ରାଜ୍ୟପାଳ ମଧ୍ୟ ଏହି ଉତ୍ସବକୁ ପାଳନ କରିଛନ୍ତି । ରାମମୟ ହୋଇ ଶ୍ରୀରାମଚନ୍ଦ୍ରଙ୍କ ନିକଟରେ ରାଜ୍ୟବାସୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରଠାରେ ସେ ପୂଜାର୍ଚ୍ଚନା କରିଛନ୍ତି । ଆଜିର ଏହି ଦିନକୁ ଦେଶବାସୀ ଉତ୍ସବ ଭାବେ ପାଳନ କରୁଥିବା କହିଛନ୍ତି ରାଜ୍ୟପାଳ । ମନ୍ଦିରରେ ଭିଡ଼ ଥିବାବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜ୍ୟପାଳ ରଘୁବର ଦାସ ପ୍ରଭୁ ରାମ ଚନ୍ଦ୍ରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ।

Comments are closed.