ନୟାଗଡ଼ (୨୬/୩):ରଘୁନାଥ ହସକ୍ଳବ୍ ଓଡ଼ଗାଁରେ ବରିଷ୍ଠ ସଭ୍ୟ ତଥା ପୂର୍ବତନ ସଭାପତି ବସନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ସମସ୍ତ ୫୪ ଜଣ ସଭ୍ୟ ଉପସ୍ଥିତ ଥିଲେ।୨୦୨୫-୨୦୨୬ ମସିହାର ଆୟବ୍ୟୟ ହିସାବ ଦେବାପରେ ଶ୍ରୀଯୁକ୍ତ ମିଶ୍ର ଉକ୍ତ କମିଟି କୁ ରଦ୍ଦ କରିଥିଲେ ଏବଂ ମନୋନୟନ କରି ନୂତନ କର୍ମକର୍ତ୍ତା ମନୋନୟନ ପାଇଁ ପ୍ରସ୍ତାବ ଆଗତ କରିଥିଲେ।ପ୍ରସ୍ତାବକ ଏବଂ ସମର୍ଥକ ଙ୍କ ଉପସ୍ଥିତିରେ ସଭାପତି ରୂପେ ପ୍ରମୋଦ ଦୋରା,ଉପସଭାପତି ବେଣୁଧର ପଣ୍ଡା,ସମ୍ପାଦକ ନିରଞ୍ଜନ ସାହୁ,ସହସମ୍ପାଦକ ଭାଗିରଥି କର,କୋଷାଧ୍ୟକ୍ଷ ଶେଷଦେବ ସାହୁ,ଉପଦେଷ୍ଟା ସୋମନାଥ ସାହୁ ଓ ସୁବାସ ଚନ୍ଦ୍ର ପାତ୍ର,କାର୍ଯ୍ୟନିର୍ବାହୀ ସଭ୍ୟ ରୂପେ ଶରତ ବସନ୍ତରା,ଅଖିଳ ନାଥ ମିଶ୍ର,ଜଗଦୀଶ ମିଶ୍ର, ଭଗବାନ ସେଠୀ ୨୦୨୬-୨୦୨୭ ବର୍ଷ ପାଇଁ ମନୋନୀତ ହୋଇଥିଲେ।ଆଗାମୀ ବର୍ଷରେ ବୃକ୍ଷରୋପଣ, ମେଡିକାଲ କ୍ୟାମ୍ପ୍,ମନ୍ଦିର ସଫେଇ, ରକ୍ତଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର ଭଳି ଅନେକ ଜନହିତକର କାର୍ଯ୍ୟ କରିବା ପାଇଁ ନୂତନ କମିଟି ଶପଥପାଠ କରିଥିଲେ।ପୂର୍ଣ୍ଣଚନ୍ଦ୍ର ସାହୁ,ନୃସିଂହ ଚରଣ ସାହୁ,ନେତ୍ରାନନ୍ଦ ସୁବୁଦ୍ଧି, କିଶୋର ଚୌହାନ,ରଘୁନାଥ ପାତ୍ର,ଦେବହରି ପ୍ରଧାନ ପ୍ରମୁଖ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଦୟାନିଧି ସାହୁ, ରଞ୍ଜନ କୁମାର ଦାଶ,ପ୍ରଭାତ ଚୌଧୁରୀ,ଦୁର୍ଯ୍ୟୋଧନ ସାହୁ,ରଘୁନାଥ ଦାଶ ସହଯୋଗ କରିଥିଲେ।
ରିପୋର୍ଟ-ସନାତନ ମହାକୁଡ଼
Sign in
Sign in
Recover your password.
A password will be e-mailed to you.
Prev Post
Next Post