ପୁରୀ (୧୦/୪) : ସାକ୍ଷୀଗୋପାଳ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ। ଏହି ଗୈ।ରବମୟ ମୁହୂର୍ତ୍ତରେ ପୂର୍ବତନ ଭାରପ୍ରାପ୍ତ କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ, ରେଜିଷ୍ଟ୍ରାର ରଶ୍ମିରେଖା ଦାସ, ଶିକ୍ଷାବିତ୍ ସତ୍ୟବାଦୀ ଦାଶଙ୍କ ସହ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ାର ନଟବରପୁର ଶାସନ। ପ୍ରଫେସର ଆଚାର୍ଯ୍ୟ କୁଳପତି ଭାବେ ଯୋଗଦେବା ପରେ ନୟାଗଡ଼ର ଶିକ୍ଷାବିତ୍, ସାହିତ୍ୟିକ, ବିଭିନ୍ନ ଅନୁଷ୍ଠାନ, ସମାଜସେବୀ ତଥା ଜନସାଧାରଣ ଅତ୍ୟନ୍ତ ଆନନ୍ଦିତ ହେବା ସହ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।
ରିପୋର୍ଟ-ସନାତନ ମହାକୁଡ଼।

Comments are closed.