ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ : ୧୩/୦୩ –  ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ୍ ଜରିଆରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଇରାନ ସହ ଆମେରିକା ଏବଂ ଇସ୍ରାଏଲର ଚାଲିଥିବା ଯୁଦ୍ଧ ଭିତରେ ଇରାନ ରାଷ୍ଟ୍ରପତିଙ୍କ ସହ ଶାନ୍ତି ଏବଂ ସ୍ଥିରତା ଉପରେ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଶକ୍ତିର ନିରବଚ୍ଛିନ୍ନ ଯୋଗାଣ ଭାରତର ସର୍ବାଧିକ ପ୍ରାଥମିକତା । ଆମେ ଶାନ୍ତିର ପକ୍ଷଧର ।

ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କ ସହ କଥାବାର୍ତ୍ତା କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ସୂଚନା ଦେଇ କହିଛନ୍ତି, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସହ ଏହି ଅଞ୍ଚଳର ଗମ୍ଭୀର ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ବଢୁଥିବା ଉତ୍ତେଜନା, ସାଧାରଣ ନାଗରିକଙ୍କର ମୃତ୍ୟୁ ଏବଂ ଭିତ୍ତିଭୂମିର କ୍ଷତି ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ସାମଗ୍ରୀ, ଶକ୍ତିର ନିରବଚ୍ଛିନ୍ନ ଯୋଗାଣ ଭାରତର ସର୍ବାଧିକ ପ୍ରାଥମିକତା । ସେ ଶାନ୍ତି ଏବଂ ସ୍ଥିରତା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ ପାଇଁ ଅନୁରୋଧ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ଏପରି ସମୟରେ ହୋଇଛି ଯେବେ ଇରାନ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ଅଶୋଧିକ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା ଏକ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ । ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରି ଦେଇଛି । ଏହି ଅବରୋଧ ଉପସାଗରୀୟ ତୈଳ ପ୍ରତିଷ୍ଠାନ ଉପରେ ଇରାନର ଆକ୍ରମଣ ଏବଂ ଇରାନରେ ଆମେରିକା ଏବଂ ଇସ୍ରାଏଲ କାର୍ଯ୍ୟକଳାପ ସହିତ ବିଶ୍ୱ ତୈଳ ଯୋଗାଣକୁ ଗୁରୁତର ଭାବରେ ପ୍ରଭାବିତ କରିଛି । ଯାହା ଫଳରେ ଏକ ଗୁରୁତର ଅଭାବ ଏବଂ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି ।

Leave A Reply

Your email address will not be published.