ପଦ୍ମଶ୍ରୀ ସାବରମତୀ ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଶଂଶା

ବୁଗୁଡ଼ା : (ଡ. କୁମୁଦ ଚନ୍ଦ୍ର ବେହେରା) ଜୈବିକ କୃଷିର ପ୍ରଚାର ପ୍ରସାର ସହିତ କୃଷକମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଏବଂ ପରିବେଶ ଉପଯୋଗୀ କୃଷି ପ୍ରଣାଳୀକୁ ଆଗକୁ ନେବାରେ ସାବରମତୀଙ୍କ ଅନେକ ଅବଦାନ ରହିଥିବା ରାଷ୍ଟ୍ରପତି ନିଜ ଭାଷଣରେ କହିଛନ୍ତି । ସାବରମତୀଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ଵ ସମ୍ମିଳନୀରେ ଓଡ଼ିଆ କୃଷି ବିଶେଷଜ୍ଞଙ୍କ ପ୍ରଶଂସା । ‘କୃଷି ଓ ଖାଦ୍ୟ ପ୍ରଣାଳୀରେ ମହିଳା’ ଏହି ଶୀର୍ଷକରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ବିଶ୍ଵ ସମ୍ମିଳନୀ । ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହିଳା ଚାଷୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ପଦ୍ମଶ୍ରୀ ସାବରମତୀଙ୍କ ବିଷୟରେ ଚର୍ଚ୍ଚା କରିବା ସହ ଜୈବିକ ଚାଷରେ ତାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ।
​ଜୈବିକ କୃଷିର ପ୍ରଚାର ପ୍ରସାର ସହିତ କୃଷକମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଏବଂ ପରିବେଶ ଉପଯୋଗୀ କୃଷି ପ୍ରଣାଳୀକୁ ଆଗକୁ ନେବାରେ ସାବରମତୀଙ୍କ ଅନେକ ଅବଦାନ ରହିଥିବା ରାଷ୍ଟ୍ରପତି ନିଜ ଭାଷଣରେ କହିଛନ୍ତି ।

Comments are closed.