ରାସ୍ତା କଡରୁ ନିଶା ପାନୀୟ ବନ୍ଦ କଲା ପୁଲିସ

0

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ୨୨୦ ନଂ ଜାତୀୟ ରାଜପଥର ଧାନବେଣୀ ନିକଟରେ ରାସ୍ତା କଡରେ ଅବାଧରେ ନିଶା ପାନୀୟ ହାଣ୍ଡିଆ ଓ ରସି ବିକ୍ରୟ କରାଯାଉଥିବା ବେଳେ ଆଜି ପାଟଣା ପୁଲିସ ଏହାକୁ ବନ୍ଦ କରାଇଛି।

ପାଟଣା ଥାନା ଅଞ୍ଚଳରେ କାଶିଆ, ମଙ୍ଗଳପୁର,ଧାନବେଣୀ ଓ ଅନ୍ୟାନ୍ୟ ସ୍ଥାନରେ ରାସ୍ତା କଡରେ ଏପରି ନିଶା ପାନୀୟ ଦୁର୍ଘଟଣାର କାରଣ ହେବା ନଜିର ଥିବାରୁ ଆଜି ନିଜେ ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁ ଧାନବେଣୀରେ ଏଭଳି ବିକ୍ରୀ ବନ୍ଦ କରିବାକୁ ବିକ୍ରେତାଙ୍କୁ ତାଗିଦ କରିଛନ୍ତି।

Leave A Reply

Your email address will not be published.