ହରିୟାଣା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶ ମନ୍ତ୍ର ; ପ୍ରଥମ ହାଇଡ୍ରୋଜେନ୍ ଟ୍ରେନର ଶୁଭାରମ୍ଭ

0

ନୂଆଦିଲ୍ଲୀ : ହରିୟାଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଭେଟି। ପ୍ରଧାନମନ୍ତ୍ରୀ ମୋଦୀ ହରିୟାଣାର ଜିନ୍ଦରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରି ଛନ୍ତି। ଏହି ଅବସରରେ ଜନତାଙ୍କୁ ସମ୍ବୋଧିତ କରି ସେ କହି ଛନ୍ତି , “ମୁଁ ଏଠାରେ ଉପସ୍ଥିତ ହୋଇ ଆନନ୍ଦିତ। ମୁଁ ସ୍ୱଚ୍ଛ ଗତିଶୀଳତା, ସଂଯୋଗୀକରଣ, ସ୍ୱାସ୍ଥ୍ୟସେବା ଏବଂ ସାଂସ୍କୃତିକ ଐତିହ୍ୟକୁ ସୁଦୃଢ଼ କରୁଥିବା ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ଅବସରରେ କହୁଛି। ଏହି ସବୁ ଜୀବନଯାପନର ସହଜତାକୁ ଉନ୍ନତ କରିବ ଏବଂ ହରିୟାଣାର ବିକାଶକୁ ତ୍ୱରାନ୍ୱିତ କରିବ।”

ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନକୁ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ମୋଦୀ ଜିନ୍ଦରେ ଏକ ସାଧାରଣ ସଭାରେ କହିଥିଲେ, “ଭବିଷ୍ୟତରେ, ଯେତେବେଳେ ହାଇଡ୍ରୋଜେନ୍ ଟ୍ରେନର କଥା ଉଠାଯିବ, ଜିନ୍ଦ, ସୋନିପତ ଏବଂ ହରିୟାଣାର ନାମ ସର୍ବାଗ୍ରେ ରହିବ। ଭାରତୀୟ ରେଳବାଇ ଦ୍ୱାରା ଆଧୁନିକୀକରଣ ଦିଗରେ ଏହି ପ୍ରମୁଖ ପଦକ୍ଷେପ ପାଇଁ ମୁଁ ଆପଣମାନଙ୍କୁ ଏବଂ ସମଗ୍ର ଦେଶକୁ ଅଭିନନ୍ଦନ ଜଣାଉଛି।” ସେ କହିଥିଲେ ଯେ ହାଇଡ୍ରୋଜେନ୍ ଟ୍ରେନ ଦେଶରେ ଉତ୍ସାହ ସୃଷ୍ଟି କରିଛି ଏବଂ ଏହା ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ବଡ଼ ଦିନ।
ଜିନ୍ଦରୁ ସୋନିପତ ପର୍ଯ୍ୟନ୍ତ ଚାଲୁଥିବା ହାଇଡ୍ରୋଜେନ୍ ଟ୍ରେନ ବିଶ୍ୱର ସବୁଠାରୁ ବଡ଼ ପାୱାର ଟ୍ରେନ। ଏହି ହାଇଡ୍ରୋଜେନ୍ ଟ୍ରେନ ମେକ୍ ଇନ୍ ଇଣ୍ଡିଆର ଏକ ମହାନ ଉଦାହରଣ।

Leave A Reply

Your email address will not be published.