ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାfକାଲି ଗଜପତି ଜିଲ୍ଲା ଗସ୍ତରେ ପିସିସି ସଭାପତି ଭକ୍ତଚରଣ ଦାସ

0

ଗଜପତି:୬.୧୧ /(ମନୋଜ କୁମାର ପାଢୀଙ୍କ ରିପୋର୍ଟ)ଆସନ୍ତା ୭ ନଭେମ୍ବର ୨୦୨୬, ଶନିବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC)ର ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତଚରଣ ଦାସ ଗଜପତି ଜିଲ୍ଲା ଗସ୍ତରେ ଆସୁଛନ୍ତି। ସମ୍ପ୍ରତି ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ସହିତ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ଭେଟି ସେମାନଙ୍କର ସମସ୍ୟା, ଦୁଃଖଦୁର୍ଦ୍ଦଶା ଓ ଆବଶ୍ୟକତା ସମ୍ପର୍କରେ ସିଧାସଳଖ ଆଲୋଚନା କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

ପିସିସି ସଭାପତି ଶ୍ରୀ ଦାସ ଗଜପତି ଜିଲ୍ଲାର ଦିଗପହଣ୍ଡି, ମୋହନା ଏବଂ ରାମଗିରି ସମେତ ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଏହି ସମୟରେ ଫସିଗୁଡ଼ା ଓ ଅନ୍ୟାନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ, ମୋହନା ଲାଇଡ୍ ବନ୍ଧ, ମୋହନା ଟାଉନ୍ ହାଉସ୍, ଜଳଯୋଗାଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରଭାବିତ ସ୍ଥାନର ସ୍ଥିତି ଅନୁଧ୍ୟାନ କରିବେ। ଏହାସହ ରାୟଗଡ଼ା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମପଞ୍ଚାୟତର ପ୍ରଭାବିତ ଅଞ୍ଚଳ ଏବଂ ଲକ୍ଷ୍ମୀପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତିତିଲି ଗ୍ରାମ ମଧ୍ୟ ପରିଦର୍ଶନ କରିବେ।

ବାତ୍ୟା ଯୋଗୁଁ ଚାଷଜମିର କ୍ଷୟକ୍ଷତି, ଘରଦ୍ୱାର ନଷ୍ଟ, ଭୂସ୍ଖଳନ, ରାସ୍ତାଘାଟ, ନଦୀନାଳ ଓ ଜଳଯୋଗାଣ ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ସେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବେ। ଏଥିସହ କ୍ଷତିଗ୍ରସ୍ତ ପରିବାରଙ୍କ ଦାବି ଓ ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ଶୁଣିବେ।

ଏହି ଗସ୍ତକୁ ସଫଳ ଓ ସୁସଂଗଠିତ କରିବା ପାଇଁ ଗଜପତି ଜିଲ୍ଲା କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ସେବାଦଳ, ସଂଖ୍ୟାଲଘୁ ସେଲ୍ ଏବଂ ଦଳର ବିଭିନ୍ନ ଶାଖାର ପଦାଧିକାରୀ, ସଦସ୍ୟ ଓ ସମସ୍ତ କଂଗ୍ରେସ କର୍ମୀଙ୍କୁ ପିସିସି ସଭାପତିଙ୍କ ଗସ୍ତ ସମୟରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବା ସହ ସାକ୍ଷାତ ଓ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।

ପିସିସି ସଭାପତିଙ୍କ ଏହି ଗସ୍ତ ଦ୍ୱାରା ବାତ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ସରକାର ଓ ପ୍ରଶାସନର ଦୃଷ୍ଟିକୁ ଆସିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ନ୍ୟାୟସଙ୍ଗତ ସହାୟତା ମିଳିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ହେବ ବୋଲି ଗଜପତି ଜିଲ୍ଲା କଂଗ୍ରେସର ନେତା ଓ କର୍ମୀମାନେ ଆଶା ପ୍ରକାଶ କରିଛନ୍ତି।

ଏହି ସମ୍ବାଦ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା *ଜସ୍ମିନ୍ ସେଖ୍*ଙ୍କ ସୂଚନା ଆଧାରରେ ପ୍ରକାଶିତ।

Leave A Reply

Your email address will not be published.