ସାପସିଲେଟ ପାତାଳେଶ୍ୱର ମନ୍ଦିର ଠାରେ ଚବିଶପ୍ରହରୀ ନାମଯଜ୍ଞ

ଭବାନୀପାଟଣା(୧୭|୨): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ପଞ୍ଚାୟତ ଅଧିନସ୍ତ ସାପସିଲେଟ ଗ୍ରାମରେ ମହାଶିବରାତ୍ରି ଉପଲକ୍ଷେ ଶ୍ରୀ ଶ୍ରୀ ପାତାଳେଶ୍ୱର ମହାଦେବ ମନ୍ଦିର ଠାରେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଶନିବାର ଦିନ ନାମଯଜ୍ଞ ପାଇଁ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ନାମଯଜ୍ଞର କର୍ତ୍ତା ଭାବେ ପୁଲସ୍ତି ଯୁଆଡ ଏବଂ ତାଙ୍କ ସହ ଧର୍ମିଣୀ ପୂର୍ଣ୍ଣମୀ ଯୁଆଡ, କର୍ତ୍ତା ସହଯୋଗୀ ଦଧିରାମ ଯୁଆଡ, କ୍ଷେତ୍ର ପୁଟେଲ,ବାବୁଲାଲ ବାଗ, କାନ୍ତ ବାଗ ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ବିଦୁର ପାଣିଗ୍ରାହୀ, ଜପକ କୈଳାସ ପାଣିଗ୍ରାହୀ ଏବଂ ପାଚକ ପିଣ୍ଟୁ ପାଣିଗ୍ରାହୀ ଓ ଶୁଭମ ପାଣିଗ୍ରାହୀ ପୂଜାକାର୍ଯ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି।ଏଥିରେ ରାଧାକୃଷ୍ଣପୂଜା କମିଟି ସଭାପତି ଭୁବନେଶ୍ୱର ଗହୀର,ଉପ ସଭାପତି ଚନ୍ଦ୍ରଶେଖର ସାହୁ,ସମ୍ପାଦକ ଫକୀର ବାଘେଲ,ସହ ସମ୍ପାଦକ କୁଶଳ ଯୁଆଡ,କୋଷଧ୍ୟକ୍ଷ ହେମନ୍ତ ବାଘେଲ,ଉପଦେଷ୍ଟା ଲିଙ୍ଗରାଜ ଗହୀର,ଜୟଦେବ ସାହୁ, ପ୍ରଫୁଲ୍ଲ କୁମାର ପ୍ରଧାନ, ସାଧୁ କୁମାର,ଶରତ କୁମାର ସାହୁ,ଭିକାରି ଚରଣ ସାହୁ, ଡ଼ମବୁଡ଼ା ଯୁଆଡ,ଅଭିରାମ ଚିନ୍ଦା,ହରିହର କୁମାର, ଯଶୋବନ୍ତ ଚିନ୍ଦା,ଦେବରାଜ ମାଝୀ,ନରେଶ ଯୁଆଡ,ଡୁଲେଶ୍ଵର ଯୁଆଡ,ରୋହିତ ଯୁଆଡଙ୍କ ସମେତ ସମସ୍ତ ପୂଜାକମିଟି କର୍ମକର୍ତ୍ତା,ଗ୍ରାମବାସୀ ବୃନ୍ଦ,ୟୁଥ ମାସ କମିଟି, ପୋଲିସ ପ୍ରଶାସନ ପ୍ରମୁଖ ସହଯୋଗ କରୁଛନ୍ତି।ବୁଧବାର ଦିନ ନାମଯଜ୍ଞ ପୂର୍ଣ୍ଣାହୁତି ଓ ଚଣ୍ଡୀପୂଜା ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।ରିପୋର୍ଟ-ସନାତନ ମହାକୁଡ଼।

Comments are closed.