କଲକାତାରେ “ଓଡିଶା ଉତ୍ସବ ୨୦୨୬” ଅନୁଷ୍ଠିତ।

କଲକାତା (୮/୫): ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ଉତ୍କଳୀୟ ମିଳିତ ମଞ୍ଚ ସହଯୋଗରେ “ଓଡ଼ିଶା ଉତ୍ସବ -୨୦୨୬” କୋଲକାତାର ଜାତୀୟ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ପ୍ରବାସୀ ଓଡ଼ିଆମାନଙ୍କୁ ସମ୍ବୋଧିତ କରିଛନ୍ତି । ଏଥି ସହ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀଗଣ ଉକ୍ତ ସମାରୋହରେ ଉପସ୍ଥିତ ରହିଥିଲେ । ଏହି ଦିନିକିଆ ଉତ୍ସବରେ କୋଲକାତାରେ ଓଡ଼ିଶାର କଳା ସଂସ୍କୃତି, ଖାଦ୍ୟ, ହସ୍ତଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ବିଭିନ୍ନ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ପଶ୍ଚିମ ବଂଗରେ ଥିବା ବିଭିନ୍ନ କ୍ଷେତ୍ରର ପ୍ରତିଭାଧର ବ୍ଯକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇ ଥିଲା।

ରିପୋର୍ଟ-ସନାତନ ମହାକୁଡ଼

Comments are closed.