ଭୁବନେଶ୍ଵର : ପାଚିକାଙ୍କ ରାତି କଟୁଛି ରାଜରାସ୍ତାରେ। ଆନ୍ଦୋଳନର ଦ୍ବିତୀୟ ଦିନରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ସଂଘର ରାତି ଅନିଦ୍ରା ହୋଇ ଆନ୍ଦୋଳନରେ ବସିଛନ୍ତି। ବକେୟା ୩ ମାସର ଭତ୍ତା ପ୍ରଦାନ ସାଙ୍ଗକୁ ଦରମା ବୃଦ୍ଧି ନେଇ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ରାଜ୍ୟ ସଂଘ ରାସ୍ତାକୁ ଓହ୍ଲାଇଛି। ସମାନ କାମକୁ ସମାନ ଦରମା ଦେବା, ଦରମା ବୃଦ୍ଧି ସହିତ ଅବସରକାଳୀନ ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ଛଟେଇ ହୋଇଥିବା ପାଚିକାମାନଙ୍କୁ ପୁନଃ ନିଯୁକ୍ତି, ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ପୂର୍ବ ସରକାରଙ୍କର ଘୋଷଣା ଅନୁସାରେ ମୃତ୍ୟୁକାଳୀନ ସହାୟତା ରାଶି ଏକ ଲକ୍ଷ ଟଙ୍କା ପ୍ରଦାନ ସହିତ ବିଭିନ୍ନ ଦାବି ନେଇ ରାଜରାସ୍ତାରେ ବସିଛି ସଂଘ।
Comments are closed.