ସାକ୍ଷୀଗୋପାଳ : ସତ୍ୟବାଦୀର ବକୁଳବନଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଆ ବିଶ୍ଵବିଦ୍ୟାଳୟ ନୂତନ ସୌଧକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଥିଲେ । ଏହା ଲୋକାର୍ପଣ କାର୍ଯ୍ୟକ୍ରମ ନିମନ୍ତେ ସତ୍ୟବାଦୀର ପଞ୍ଚସଖାଖେଳ ପଡ଼ିଆରେ ଏକ ଭବ୍ୟ ଲୋକାର୍ପଣ ଉତ୍ସବ ମଞ୍ଚ ପ୍ରସ୍ତୁତ କରାଯାଇଥିଲା । ଆରମ୍ଭରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର କଳାକାର ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଭକ୍ତି ଜଣାଣ ସହ ନୃତ୍ୟ ପରିବେଷଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,୫ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ ଯୋଡ଼ି ହୋଇଥିଲେ । ମଞ୍ଚରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ପ୍ରଧାନ ,କୂଳସଚିବ ରଶ୍ମିରେଖା ଦାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ,ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତ ରାୟ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ । ସଭାସ୍ଥଳରେ ଉପସ୍ଥିତ ହଜାର ହଜାର କଲେଜ ଛାତ୍ରଛାତ୍ରୀ , ମହିଳା ଗୋଷ୍ଠୀ ଓ ଅଞ୍ଚଳର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ ଜୟ ଜଗନ୍ନାଥ ସମ୍ବୋଧିତ କରି ଅଭିଭାଷଣ ଆରମ୍ଭ କରିଥିଲେ ।
ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିବା ସମସ୍ତ ଭାରତୀୟ ମାନଙ୍କୁ ପ୍ରଣାମ ଜଣାଇବା ସହିତ ସମ୍ମାନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଭାଷାର ବ୍ୟବହାର ବଢିଲେ ଭାଷା ସମୃଦ୍ଧ ହୁଏ । ଫଳରେ ଜାତିର ଗୌରବ ବୃଦ୍ଧି ହୁଏ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ପଞ୍ଚସଖାଙ୍କ କର୍ମ ଭୂମିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପଣ ଉତ୍ସଵରେ ବହୁତ ଖୁସି ଥିବା ଜଣାଇଥିଲେ । ଆମ ଓଡ଼ିଆ ଭାଷା ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବା ସହ ସୋସିଆଲ ମିଡ଼ିଆରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ହେବା ଦରକାର। ଆମ ସଂସ୍କୃତି ଆମ ଜୀବନଯାତ୍ରା ଓ ଆମ ପରମ୍ପରାକୁ ଭିତ୍ତି କରି ଉତ୍ତମ ସାହିତ୍ୟ ସୃଷ୍ଟି କରିବା ଦରକାର। ଓଡ଼ିଆ ବିଶ୍ୱବିଦ୍ୟାଳୟ ଏ ଦିଗରେ ନେତୃତ୍ୱ ନେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କୁଳ ସଚିବ ରଶ୍ମିରେଖା ଦାସ ଧନ୍ୟବାଦ ଅର୍ପଣ କରିବା ସହ ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Comments are closed.