ନୟାଗଡ଼ (୮/୩):ଓଡ଼ଗାଁ କଲେଜ ରୋଡ଼୍ ମୁଖ୍ୟ ସଡ଼କ ପାର୍ଶ୍ବରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସରକାରୀ ସ୍ବୀକୃତିପ୍ରାପ୍ତ ପଦାରବିନ୍ଦ ପ୍ରତିଷ୍ଠାନ (ସ୍ୱାସ୍ଥ୍ୟ ବିଜ୍ଞାନ ଏବଂ ଗବେଷଣା କେନ୍ଦ୍ର) ର ଶୁଭ ଉଦ୍ଘାଟନ ହୋଇଯାଇଛି।ଏଥିରେ ପ୍ରତିଷ୍ଠାନର ଅଧ୍ୟକ୍ଷ ସ୍ଥିତପ୍ରଜ୍ଞା ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଓଡ଼ଗାଁ ତହସିଲଦାର୍ ତଥା ଦଣ୍ଡାଧିକାରୀ ଡ.ମାନସରଞ୍ଜନ ଭୋଇ,ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ ନିଳାଞ୍ଜନ ଦାଶ,ସ୍ୱତନ୍ତ୍ରଅତିଥି ବନପାଳ ଅଭିମନ୍ୟୁ ମଲ୍ଲିକ,ସମ୍ମାନିତ ଅତିଥି ଭାବରେ ପରିବ୍ରାଜକ ସ୍ୱାମୀ ଆତ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଭୁବନେଶା ନନ୍ଦ ସରସ୍ୱତୀ, ନୋଟାରୀ ପ୍ରଫୁଲ୍ଲ କୁମାର ଶତପଥୀ, ରେସପ୍ଳସର ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାପାତ୍ର,ସମାଜସେବୀ ଦିବାକର ନାୟକ,ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ସାରସ ମିଶ୍ର,ଅର୍ଚ୍ଚିତା ଅପରାଜିତା ପଟ୍ଟନାୟକ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ,ଅଧ୍ୟାପକ ନାରାୟଣ ପ୍ରଧାନ ,ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ,ଦ୍ୱିତୀକୃଷ୍ଣ ମିଶ୍ର, ବିଜୟ ରଥ ମଞ୍ଚାସୀନ ଥିଲେ। ଏଭଳି ଏକ ଅନୁଷ୍ଠାନ ଓଡ଼ଗାଁ ରେ ଆବଶ୍ୟକତା ଥିବା ସଭିଏଁ ହୃଦବୋଧ କରିଥିଲେ।ଗ୍ରାମାଞ୍ଚଳ ଓ ଗରିବ ଶ୍ରେଣୀର ପିଲାମାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ।ସଭିଏଁ ଏହାର ଉତ୍ତରୋତ୍ତର କାମନା କରିଥିଲେ।ଶିକ୍ଷକ ଭାବଗ୍ରାହୀ ମହାପାତ୍ର ସଂଯୋଜନା କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ତଥା ଉକ୍ତ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ଅନୁଷ୍ଠାନ ରେ ଦ୍ୱାଦଶ ଶ୍ରେଣୀ ପରେ ଛାତ୍ର ବା ଛାତ୍ରୀ, କଳା,ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଉତ୍ତୀର୍ଣ୍ଣ ପରେ ଏ ଏନ୍ ଏମ୍ ୨ ବର୍ଷୀୟା ଏବଂ ଜି ଏନ୍ ଏମ୍ ୩ ବର୍ଷୀୟା ପାଠ ପଢ଼ିବା ପାଇଁ ୨୦୨୬-୨୭ ଶିକ୍ଷା ବର୍ଷରେ ନାମ ଲେଖାଇ ପାରିବେ।ପାଠ ଶେଷରେ ନିଶ୍ଚିତ କର୍ମ ନିଯୁକ୍ତି ହୋଇପାରିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
ରିପୋର୍ଟ-ସନାତନ ମହାକୁଡ଼
Sign in
Sign in
Recover your password.
A password will be e-mailed to you.
Prev Post