ନେତାଜୀଙ୍କ ପରାକ୍ରମ, ସୌର୍ଯ୍ୟ ଆମକୁ ପ୍ରେରଣା ଦିଏ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩/୦୧; ପରାକ୍ରମ ଦିବସ ଅବସରରେ ବିଶେଷ କରି ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଛନ୍ତି । ସମସ୍ତ ଦେଶବାସୀଙ୍କୁ ପରାକ୍ରମ ଦିବସର ଶୁଭେଚ୍ଛା ଜଣାଇ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଣ୍ଡାମାନ ନିକୋବରରେ ପରିକ୍ରମା ଦିବସ ସ୍ୱତନ୍ତ୍ର । ସ୍ୱାଧୀନ ଭାରତର ପ୍ରଥମ ସୂର୍ଯ୍ୟୋଦୟର ସାକ୍ଷୀ ଆଣ୍ଡାମାନ । ଗୁଲାମୀ ଯୁଗ ଶେଷ ହୋଉ ଏବେ ନିଜ ପରିଚୟରେ ବଞ୍ଚୁଛି ଆଣ୍ଡାମାନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ” ଜାନୁଆରୀ ୨୩ ଏହି ଗୌରବଶୀଳ ତାରିଖ ସ୍ୱତନ୍ତ୍ର । ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ନେତାଜୀଙ୍କ ପରାକ୍ରମ, ସୌର୍ଯ୍ୟ ଆମକୁ ପ୍ରେରଣା ଦିଏ । ନେତାଜୀଙ୍କ ପ୍ରତି ଶ୍ରଦ୍ଧାଭାବରେ ପରିପୂର୍ଣ୍ଣ କରିଥାଏ । ବିଗତ ବର୍ଷରେ ପରାକ୍ରମ ଦିବସ ଦେଶର ରାଷ୍ଟ୍ରୀୟ ଭାବନା ଜାତୀୟ ଏକତାର ଅଭିନ୍ନ ପର୍ବ ହୋଇଛି । ଏହା ଏକ ସଂଯୋଗ ଜାନୁଆରୀ ୨୩ରେ ପରାକ୍ରମ ଦିବସ, ଜାନୁଆରୀ ୨୫ରେ ମତଦାତା ଦିବସ, ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସ, ୨୯ ଜାନୁଆରୀରେ ଭିଟି ରିଟ୍ରିଟ୍ । ଗଣତନ୍ତ୍ରର ମହାପର୍ବ ପାଳନର ନୂଆ ପରମ୍ପରା ହୋଇଛି । ଏହା ଅବସରରେ ଦେଶବାସୀଙ୍କୁ ପରାକ୍ରମ ଦିବସରେ ଅନେକ ଅନେକ ଶୁଭେଚ୍ଛା । ୨୦୨୬ରେ ପରାକ୍ରମ ଦିବସରେ ମୁଖ୍ୟ ଆୟୋଜନ ଆଣ୍ଡାମାନ ନିକୋବରରେ ହେଉଛି । ସୌର୍ଯ୍ୟ, ପରାକ୍ରମ, ବଳିଦାନରେ ଓତଃପ୍ରୋତ ଆଣ୍ଡାମାନର ଇତିହାସ ।”

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,” ମାତ୍ର ରାଜନୀତି ସ୍ୱାର୍ଥରେ ଏହାର ଇତିହାସକୁ ଅଣଦେଖା କରାଯାଇଥିଲା । ସ୍ୱାଧୀନତାର ୭୦ ବର୍ଷ ପରେ ବି ଗୁଲାମୀର ପରିଚୟରେ ଯୋଡ଼ି ହୋଇଥିଲା । ଆମେ ଏହାକୁ ଶେଷ କରି ନୂଆ ପରିଚୟ ଦେଲୁ । ଗୁଲାମୀ ଯୁଗ ଶେଷ ହୋଇ ଏବେ ନିଜ ପରିଚୟରେ ବଞ୍ଚୁଛି ଆଣ୍ଡାମାନ । ଆଣ୍ଡାମାନର ୨୧ଟି ଦ୍ୱୀପକୁ ୨୧ ଭାରତୀୟ ସେନାଙ୍କ ନାମରେ ନାମିତ କରିଛୁ ।”

Comments are closed.