ଗଞ୍ଜାମରେ ବନ୍ୟା ବିପନ୍ନଙ୍କୁ ଭେଟିଲେ ନବୀନ; ସରକାରୀ ସହାୟତାକୁ ନେଇ ଉଠାଇଲେ ପ୍ରଶ୍ନ

0

ଗଞ୍ଜାମ:ଗଞ୍ଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ବିପନ୍ନ ଲୋକଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବନ୍ୟା ଯୋଗୁଁ ଲୋକଙ୍କ ଘରଦ୍ୱାର, ଚାଷଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖି ସେ ଚିନ୍ତା ପ୍ରକଟ କରିଛନ୍ତି।

ବନ୍ୟା ବିପନ୍ନଙ୍କ ସହ ଆଲୋଚନା ସମୟରେ ସେମାନଙ୍କ ସମସ୍ୟା ଓ ଦୁର୍ଦ୍ଦଶା ସମ୍ପର୍କରେ ନବୀନ ଅବଗତ ହୋଇଥିଲେ। ବନ୍ୟାରେ ହୋଇଥିବା କ୍ଷୟକ୍ଷତି ତୁଳନାରେ ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ଯଥେଷ୍ଟ ନୁହେଁ ବୋଲି ସେ ମତ ପ୍ରକାଶ କରିଛନ୍ତି।ନବୀନ କହିଛନ୍ତି, ବନ୍ୟା ଯୋଗୁଁ ଅନେକ ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ସରକାରଙ୍କୁ ଅଧିକ ପ୍ରୋ-ଆକ୍ଟିଭ୍ ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.