ନକଲି ଜର୍ଦା ଜବତ କଲା ଭଦ୍ରକ ପୁଲିସ

ଭଦ୍ରକ: ନକଲି ଜର୍ଦ୍ଦା ତିଆରି କାରଖାନା ଠାବ, ଵହୁ ପରିମାଣରେ ନକଲି ଜର୍ଦ୍ଦା ସହ ଏଥିରେ ବ୍ୟବହୁତ ସାମଗ୍ରୀକୁ ପୁଲିସ ଜବତ କରିଛି।

ନକଲି ଜର୍ଦ୍ଦା ନେଇ ସ୍କୁଟି ଯୋଗେ ଯାଉଥିବା ସମୟରେ ଦୁର୍ବୃତ୍ତକୁ ନୂଆ ବସଷ୍ଟାଣ୍ଡ ନିକଟରେ ଭଦ୍ରକ ଟାଉନ ପୋଲିସ ତାକୁ ମାଡି ବସିଥିଲା। ନକଲି ଜର୍ଦ୍ଦା ଚୋରା କରବାରରେ ସଂପୂକ୍ତ ବ୍ୟକ୍ତି ଭଦ୍ରକ ସହର କାଜିମହଲା ଅଂଚଳର ରାଜା ଉଲହକ। ସେ ଦୀର୍ଘମାସ ଧରି ନକଲି ଜର୍ଦ୍ଦା ତିଆରି କରି ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲା। ପୁଲିସ ନକଲି କାରଖାନା ଉପରେ ଚଢ଼ାଉ ପରେ ସେଠାରୁ ଵିଭିନ୍ନ ନାମୀ ଦାମୀ କମ୍ପାନୀର ଵିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ କରିଛି। ଏଥି ସହ ଜର୍ଦ୍ଦା,ଖୋଳ,ଲୋଗୋ,ଷ୍ଟିକର,ତିଆରି ମେସିନ,କେମିକାଲ,ପେକିଂ ମେସିନ ଓ ଏକ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଅଧିକ ହେବା ନେଇ ପୁଲିସ ସୂଚନା ଦେଇଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

Comments are closed.